Categories: ଖେଳ

ଚତୁର୍ଥ ଦିନର ଖେଳ ଶେଷ: ଭାରତ ୮୮ ରନ୍‌ରେ ଅଗ୍ରଣୀ

ଅହମ୍ମଦାବାଦ୍‌,୧୨।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୮୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୫୭୧ ରନ ସଂଗ୍ରହ କରି ୯୧ ରନ ଅଗ୍ରଣୀ ହାସଲ କରିଛି। ଚତୁର୍ଥ ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ବିନା ଉଇକେଟ୍‌ ହରାଇ ତିନି ରନ କରିଛି। ଖାତା ନ ଖୋଲି ମାଥ୍ୟୁ କୁନେମାନ କ୍ରିଜରେ ଅଛନ୍ତି। ଏଥିସହିତ ଟ୍ରାଭିସ ହେଡ ତିନି ରନ ସ୍କୋର କରି ଖେଳୁଛନ୍ତି। ମ୍ୟାଚର ଶେଷ ଦିନରେ ଟିମ ଇଣ୍ଡିଆ କଙ୍ଗାରୁ ଦଳକୁ ଛୋଟ ସ୍କୋରରେ ଅଲଆଉଟ୍‌ କରିବାକୁ ଭାରତ ଚେଷ୍ଟା କରିବ। ଅହମ୍ମଦାବାଦ ଭଳି ଏକ ଫ୍ଲାଟ ପିଚରେ ଏହି ଟେଷ୍ଟ ଡ୍ର’ର ନିକଟତର ହୋଇଛି।

Share