ହାଇଦରଙ୍କ ଅପରାଧିକ ସାମ୍ରାଜ୍ୟର ଅନ୍ତ: ଏନ୍‌କାଉଣ୍ଟରରେ ମୃତ

ବାଲେଶ୍ୱର ଅଫିସ,୨୪ା୭: କୁଖ୍ୟାତ ଅପରାଧୀ ହାଇଦରଙ୍କୁ ଶନିବାର ଅପରାହ୍ନରେ ବାରିପଦା ନିକଟରେ ଏନ୍‌କାଉଣ୍ଟର ହୋଇଥିଲା। ଏଥିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଫଳରେ ତାଙ୍କ ଅପରାଧ ସାମ୍ରାଜ୍ୟର ଅନ୍ତ ଘଟିଥିବା ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଆଜି ହାଇଦରଙ୍କୁ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍‌କୁ ନିଆଯାଉଥିବା ବେଳେ ରାସ୍ତାରେ ପରିସ୍ରା ଯିବାକୁ କହି ଖସି ଯିବା ପାଇଁ ଚେଷ୍ଟା କରୁଥିଲେ। ଏହି ସମୟରେ ପୋଲିସ ତାଙ୍କୁ ଓ୍ବାର୍ନିଂ ଦେଇଥିଲେ ମଧ୍ୟ  ସେ ମାନି ନ ଥିଲେ। ବାଧ୍ୟ ହୋଇ ପୋଲିସ ଏନ୍‌କାଉଣ୍ଟର କରିଥିଲା। ତାଙ୍କ ପେଟରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲ ନିଆଯାଇଥିଲା।

Share