Categories: ଜାତୀୟ

ଛତିଶଗଡ଼ ପହଞ୍ଚିଲେ ଭାଜପା ପର୍ଯ୍ୟବେକ୍ଷକ, ଖୁବଶୀଘ୍ର ଘୋଷଣା ହେବ ମୁଖ୍ୟମନ୍ତ୍ରୀଙ୍କ ନାମ

ରାୟପୁର,୧୦।୧୨: ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିବା ପାଇଁ ଛତିଶଗଡ଼ରେ ପହଞ୍ଚିଛନ୍ତି ଭାଜପାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଟିମ୍। ରାଜ୍ୟରେ ପାଞ୍ଚ ବର୍ଷ ବିରୋଧୀ ଆସନରେ ବସିବା ପରେ ଦଳ କଂଗ୍ରେସକୁ ହରାଇ କ୍ଷମତାକୁ ଫେରିଛି। ରବିବାର ପୂର୍ବାହ୍ନରେ ପର୍ଯ୍ୟବେକ୍ଷକ – ଦୁଷ୍ୟନ୍ତ ଗୌତମ, ସରବାନନ୍ଦ ସୋନୋୱାଲ ଏବଂ ଅର୍ଜୁନ ମୁଣ୍ଡା ରାୟପୁରରେ ପହଞ୍ଚି ରାଜ୍ୟ ବିଜେପି ମୁଖ୍ୟ ଅରୁଣ ସାଓ ଏବଂ ରାଜ୍ୟ ଦାୟିତ୍ୱରେ ଥିବା ଓମ ମଥୁରଙ୍କ ସହ ସାକ୍ଷାତ କରିଛନ୍ତି।

ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜୟ ପରେ ଭାଜପାର କେନ୍ଦ୍ରୀୟ ନେତୃତ୍ୱମାନେ ତିନି ରାଜ୍ୟ ପାଇଁ ତିନି ଜଣ ମୁଖ୍ୟମନ୍ତ୍ରୀଙ୍କୁ ବାଛିବା ପାଇଁ ଲଗାତାର ବୈଠକ କରୁଛନ୍ତି। ଏହାରି ମଧ୍ୟରେ ତିନି ରାଜ୍ୟର ବିଭିନ୍ନ ନେତା ଭାଜପା ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବାକୁ ଆସୁଛନ୍ତି। ପର୍ଯ୍ୟବେକ୍ଷକମାନେ ରାୟପୁରରେ ପହଞ୍ଚିବା ପରେ ୫୪ ବିଧାୟକଙ୍କୁ ନେଇ ପ୍ରଥମେ ଏକ ବୈଠକ କରିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି। ଏହାପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଥିବା ଉତ୍କଣ୍ଠା ଶେଷ ହୋଇପାରେ।

 

Share