ଯୁଦ୍ଧାଭ୍ୟାସ ଶେଷ, ଫେରୁଛନ୍ତି ରୁଷିଆ ସୈନ୍ୟ…

ମସ୍କୋ, ୧୬।୨ : ୟୁକ୍ରେନ୍‌କୁ ଘେରି ରହିଥିବା ରୁଷିଆ ସୈନ୍ୟଙ୍କ ଯୁଦ୍ଧାଭ୍ୟାସ ଶେଷ ହୋଇଛି। ସୈନ୍ୟମାନେ ଫେରିବା ଆରମ୍ଭ କରିଛନ୍ତି। ପଛକୁ ହଟିବା ଆରମ୍ଭ କରିଛନ୍ତି। ଗଣମାଧ୍ୟମ ସଂସ୍ଥା ଏଏଫ୍‌ପି ପକ୍ଷରୁ କୁହାଯାଇଛି ଯେ, ରୁଷିଆ ସୈନ୍ୟ ଏବେ ସୀମାରୁ ହଟିବା ଆରମ୍ଭ କରିଥିବାର ଫଟୋ ଏବଂ ଭିଡ଼ିଓ ସରକାରୀ ମିଡ଼ିଆ ପକ୍ଷରୁ ପ୍ରକାଶ ପାଇଛି।

ବେଲାରୁଷ୍‌ ସହିତ ରୁଷିଆ ସୈନ୍ୟଙ୍କ ଅଭ୍ୟାସ ଶେଷ ହେବା ପରେ ସେମାନେ ଘରମୁହାଁ ହୋଇଛନ୍ତି।

ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି ଯେ କିଛି ରୁଷିଆ ସୈନ୍ୟ ଫେରୁଥିଲେ ମଧ୍ୟ ବ୍ଲାଡିମୀର ପୁଟିନ୍‌ ଆକ୍ରମଣ ଯୋଜନାରୁ ଓହରି ନାହାନ୍ତି। ସେ ଯେକୌଣସି ସମୟରେ ୟୁକ୍ରେନ୍‌ ଉପରେ ଆକ୍ରମଣ କରି ପାରନ୍ତି। ତେବେ ଏହାକୁ ପୁଟିନ୍‌ ଅସ୍ବୀକାର କରିଛନ୍ତି। ଏହା ମନଗଢ଼ା ବୋଲି ସେ କହିଛନ୍ତି।

ପଶ୍ଚିମ ଦେଶଗୁଡ଼ିକ ସହିତ ଆମେରିକା କହିଛି ଯେ, ପୁଟିନ୍‌ ଯୋଜନାବଦ୍ଧ ଭାବେ ୟୁକ୍ରେନ୍‌ ଉପରେ ଆକ୍ରମଣର ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରିଛନ୍ତି।

Share