Categories: ଖେଳ

ଟ୍ରେଣ୍ଡିଂ ପାଲଟିଛି ‘ପୁରାନେ’

ନୂଆଦିଲ୍ଲୀ,୧୪।୧: ଦୁଇ ବର୍ଷ ହେଲା ଲଗାତାର ଫେଲ୍‌ ହେଉଥିବା ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେଙ୍କ ପାଇଁ ଜାତୀୟ ଦଳର ବାଟ ପ୍ରାୟତଃ ବନ୍ଦ ହୋଇଯାଇଛି। ଦୁହିଁଙ୍କ ବିଫଳତା ଯୋଗୁ ଟୁଇଟ୍‌ରେ ଟ୍ରେଣ୍ଡିଂ ପାଲଟିଛି ‘ପୁରାନେ’ (ପୁରୁଣା)। ୟୁଜର୍ସ ପୂଜାରା ଓ ରାହାନେଙ୍କ ନାମକୁ ମିଶାଇ ପୁରାନେ ଶବ୍ଦ ବାହାର କରିଛନ୍ତି।

୩ ଟେଷ୍ଟର ୬ ଇନିଂସରେ ୫ ଥର ବିଫଳ ହୋଇଥିଲେ ଦୁଇ ଭେଟେରାନ। ଗତ ୬ ଇନିଂସରେ ରାହାନେ ୨୨.୬୬ ହାରରେ ୧୩୬ ରନ୍‌ କରିଥିବା ବେଳେ ପୂଜାରା ୨୦.୬୬ ଆଭରେଜରେ ୧୨୪ ରନ୍‌ କରିଛନ୍ତି। ଏଭଳି ପ୍ରଦର୍ଶନ ଯୋଗୁ ଆଗାମୀ ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଲାଗି ଘୋଷିତ ହେବାକୁ ଥିବା ଭାରତୀୟ ଦଳରେ ଦୁହିଁଙ୍କ ସ୍ଥାନ ମିଳିବାର ଖୁବ୍‌ କମ୍‌ ସମ୍ଭାବନା ରହିଛି। ଏମାନଙ୍କ ସ୍ଥାନ ନେବା ପାଇଁ ଦଳରେ ଶ୍ରେୟାସ ଆୟାର ଏବଂ ହନୁମା ବିହାରୀଙ୍କ ଭଳି ଇନ୍‌ଫର୍ମ ଓ ଯୁବ ବ୍ୟାଟର ଅଛନ୍ତି।