ଯୁଦ୍ଧର ସମାପ୍ତି ଏବେ ଜରୁରୀ: ପୁଟିନଙ୍କୁ କହିଲେ ରାମାଫୋସା…

ମସ୍କୋ,୧୮।୬ : ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଛନ୍ତି ୟୁକ୍ରେନ-ରୁଷିଆ ଯୁଦ୍ଧ ଏବେ ଶେଷ ହେବା ଉଚିତ। ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ରାମାଫୋସା ଶନିବାର ସେଣ୍ଟ ପିଟର୍ସବର୍ଗର ଅଷ୍ଟାଦଶ ଶତାବ୍ଦୀର କନଷ୍ଟାଣ୍ଟିନୋଭସ୍କି ପ୍ୟାଲେସରେ କହିଛନ୍ତି ଯୁଦ୍ଧକୁ କଥାବାର୍ତ୍ତା ଏବଂ କୂଟନୈତିକ ଉପାୟ ମାଧ୍ୟମରେ ସମାଧାନ କରାଯିବା ଉଚିତ।

ଆଫ୍ରିକାର ୭ ଜଣ ନେତାଙ୍କୁ ନେଇ ଏକ ପ୍ରତିନିଧୀ ଦଳ ସହିତ ରାମାଫୋସା ସେଠାରେ ଥିଲେ। ଏଥି ସହିତ, ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆଫ୍ରିକୀୟ ଶାନ୍ତି ମିଶନ ଜାରି ରଖିବା ପାଇଁ ରାମାଫୋସା ରୁଷିଆ ଫେଡେରେଶନର ସେଣ୍ଟ ପିଟର୍ସବର୍ଗରେ ପହଞ୍ଚିଥିଲେ। ରିପୋର୍ଟ ଅନୁଯାୟୀ, ରାମାଫୋସା କହିଛନ୍ତି ଏହି ଯୁଦ୍ଧ ଆଫ୍ରିକା ମହାଦେଶ ତଥା ବିଶ୍ୱର ଅନ୍ୟାନ୍ୟ ଦେଶ ଉପରେ ନକାରାତ୍ମକ ପ୍ରଭାବ ପକାଉଛି।

ରିପୋର୍ଟ ଅନୁଯାୟୀ, ୟୁକ୍ରେନ ବିବାଦକୁ ନେଇ ଆଫ୍ରିକୀୟ ଦେଶଗୁଡ଼ିକର ସନ୍ତୁଳିତ ଆଭିମୁଖ୍ୟକୁ ପୁଟିନ ପ୍ରଶଂସା କରିଛନ୍ତି। ୟୁକ୍ରେନ ସଙ୍କଟରେ ଆଫ୍ରିକୀୟ ବନ୍ଧୁମାନଙ୍କ ସନ୍ତୁଳିତ ଆଭିମୁଖ୍ୟକୁ ନେଇ ପୁଟିନ ପରିଦର୍ଶକ ନେତାମାନଙ୍କୁ ପ୍ରଶଂସା କହିଛନ୍ତି। ଯେଉଁମାନେ ପରସ୍ପରର ସ୍ବାର୍ଥ ତଥା ନ୍ୟାୟ ପ୍ରତି ସମ୍ମାନର ନୀତି ଉପରେ ଆଧାର କରି ଶାନ୍ତି ଚାହାଁନ୍ତି ଆମେ ସେମାନଙ୍କ ସହିତ ଗଠନମୂଳକ କଥାବାର୍ତ୍ତା ପାଇଁ ପ୍ରସ୍ତୁତ।

ସେ କହିଛନ୍ତି ରୁଷିଆ ୟୁକ୍ରେନ ପକ୍ଷ ସହ ଆଲୋଚନାକୁ ଏଡ଼ାଇ ଦେଇ ନାହିଁ। ପୁଟିନ କହିଛନ୍ତି ୟୁକ୍ରେନରେ ରୁଷିଆର ତଥାକଥିତ ସ୍ବତନ୍ତ୍ର ସାମରିକ ଅପରେଶନ ପାଇଁ ନୁହେଁ ପାଶ୍ଚାତ୍ୟ ଦେଶର କାର୍ଯ୍ୟକଳାପ ଯୋଗୁ ଖାଦ୍ୟ ସଙ୍କଟ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପରାସ୍ତ ହେବ ଚାଇନା, କ୍ୱାଡ୍‌ ସମ୍ମିଳନୀରେ ମିଳିଲା ନେତାଙ୍କ ବଡ଼ ସଙ୍କେତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୯: କ୍ୱାଡ୍‌ ନେତାଙ୍କ ମିଳିତ ବିବୃତ୍ତିରେ ବଡ଼ ସଙ୍କେତ ମିଳିଛି। କ୍ୱାଡ୍‌ ଶିଖର ସମ୍ମିଳନୀରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ।...

ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି। ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ...

ଅନୁରା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

କଲମ୍ବୋ,୨୨ା୯: ଶ୍ରୀଲଙ୍କାକୁ ମିଳିଛି ନୂଆ ରାଷ୍ଟ୍ରପତି। ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହୋଇଛନ୍ତି। ନ୍ୟାଶନାଲ ପିପୁଲ ପାଓ୍ବାର(ଏନ୍‌ପିପି) ମେଣ୍ଟର ପ୍ରାର୍ଥୀ ଅନୁରା ୫୩%...

ଭାରତକୁ ଇଲିଶି ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ, ଦୂର୍ଗାପୂଜା ପାଇଁ ଆସିବ ଏତେ ମାଛ…

ନୂଆଦିଲ୍ଲୀ,୨୨।୯: ଭାରତକୁ ଇଲିଶି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ବଙ୍ଗାଳୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଇଲିଶି...

ଏହି ସ୍ବତନ୍ତ୍ର ଡ୍ରୋନ୍‌ ପାଇଁ ଆମେରିକା ସହିତ ଭାରତର ଚୁକ୍ତି, କିଣିବା ପାଇଁ ଲାଗିବ ଏତିକି ଟଙ୍କା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଭାରତ ଏବଂ ଆମେରିକା ରବିବାର କୋଟି କୋଟି ଡଲାର ମୂଲ୍ୟର ଡ୍ରୋନ୍‌ ଚୁକ୍ତି ସ୍ବାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ତିନି ଦିନିଆ...

କ୍ୱାଡ୍‌ ଶିଖର ସମ୍ମିଳନୀରେ ଉଠିଲା ଅନେକ ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ଭାରତର ନରେନ୍ଦ୍ର ମୋଦି କ୍ବାଡ୍‌ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି। ଉକ୍ତ ବୈଠକରେ ଅନେକ ପ୍ରସଙ୍ଗ...

ଯୁଦ୍ଧରେ ଘରଦ୍ୱାର ହରାଇ ସ୍କୁଲ୍‌ରେ ନେଇଥିଲେ ଆଶ୍ରୟ: ଇସ୍ରାଏଲ୍‌ କଲା ବୋମାମାଡ଼

ଗାଜା ସିଟି,୨୧ା୯: ଯୁଦ୍ଧରେ ଘରଦ୍ୱାର ହରାଇ ପାଲେଷ୍ଟିନୀୟମାନେ ଗାଜା ସିଟିର ଏକ ସ୍କୁଲ୍‌ରେ ଆଶ୍ରୟ ନେଇଥିବାବେଳେ ସେଠାରେ ଇସ୍ରାଏଲ୍‌ ବୋମାମାଡ଼ କରିଛି। ଏଥିରେ ଅନୂ୍ୟନ ୨୧...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri