ବନ୍ଦ ହେଉ ୟୁକ୍ରେନ୍‌ ଯୁଦ୍ଧ: ପୋପଙ୍କ ବାର୍ତ୍ତା…

ଭଟିକାନ ସିଟି,୨୬।୧୨ : ଖ୍ରୀଷ୍ଟମାସ ଅବସରରେ ବରିଷ୍ଠ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ ଫ୍ରାନ୍ସିସ ନିବେଦନ କରିଛନ୍ତି ଯେ ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ଯଥାଶୀଘ୍ର ବନ୍ଦ କରାଯାଉ। ଖ୍ରୀଷ୍ଟମାସ ଅବସରରେ ପ୍ରକାଶିତ ବାର୍ତ୍ତାରେ ସେ କହିଛନ୍ତି ଯେ ୟୁକ୍ରେନରେ ନିରୀହ ଲୋକଙ୍କ ଜୀବନ ଯାଉଛି। ଏହି ଯୁଦ୍ଧ ଅର୍ଥହୀନ। ଏହା ତୁରନ୍ତ ସମାପ୍ତ ହେବା ଉଚିତ ଭଟିକାନ ସିଟିର ସେଣ୍ଟ ପିଟର ବାସିଲିୟା ଠାରୁ ରୋମାନ କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟ ପୋପ ଫ୍ରାନ୍ସିସ ସମଗ୍ର ବିଶ୍ୱକୁ ଖ୍ରୀଷ୍ଟମାସ ବାର୍ତ୍ତା ଦେଇ ଏଭଳି କହିଛନ୍ତି।

ତାଙ୍କ ବାର୍ତ୍ତାରେ ସେ କହିଛନ୍ତି, ଆମେ ଦେଖୁଛୁ ମାନବିକତା ନଷ୍ଟ ହୋଇଯାଉଛି। ଲୋକମାନଙ୍କୁ ହତ୍ୟା କରାଯାଉଛି। ନିର୍ଦ୍ଦୋଷଙ୍କ ଜୀବନ ଯାଉଛି। ଲୋକମାନେ ଭୟଙ୍କର ଅସ୍ତ୍ରଶସ୍ତ୍ର ସହିତ ରହିବାକୁ ବାଧ୍ୟ ହେଉଛନ୍ତି। ଏଭଳି ପରିସ୍ଥିତିରେ ତୁରନ୍ତ ଏହି ପାଗଳପଣ ଯୁଦ୍ଧକୁ ବନ୍ଦ କରିବାର ଆବଶ୍ୟକତା ରହିଛି।

 

Share