ବିପଦରେ ଭିତରକନିକାର ବନ୍ୟଜନ୍ତୁ

କେନ୍ଦ୍ରାପଡ଼ା ଅଫିସ, ୧୩ା୨:କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ଅଧୀନ ଜାତୀୟ ଭିତରକନିକା ଅଞ୍ଚଳରୁ ମାସକ ମଧ୍ୟରେ ହରିଣ, ବାର୍‌ହା ଆଦି ଶିକାର କରୁଥିବା ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି। ସେହିପରି ଗତ ଦୁଇ ଦଶନ୍ଧି ମଧ୍ୟରେ ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରୁ ବନ୍ୟ ଓ ସାମୁଦ୍ରିକ ପ୍ରାଣୀ, ଦେଶୀ ବିଦେଶୀ ପ୍ରଜାତିର ପକ୍ଷୀ ଆଦି ଶିକାର କରି ବନ ବିଭାଗ ଦ୍ୱାରା ୪୦୦ରୁ ଅଧିକ ଶିକାରୀ ଧରା ପଡିଛନ୍ତି। ଏମାନେ ଗିରଫ ହେଉଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଦୋଷୀ ଭାବେ ପ୍ରମାଣିତ କରିବା ଓ ତାଙ୍କୁ ଦଣ୍ଡ ବିଧାନ କରିବା ବନ ବିଭାଗ ପକ୍ଷରୁ ଯଥେଷ୍ଟ ଉଦ୍ୟମ ହେଉନାହିଁ। ଫଳରେ ପ୍ରତିବର୍ଷ ୧୦ରୁ ୩୦ଟି ଶିକାର ଘଟଣାରେ ଅଭିଯୁକ୍ତ ଗିରଫ ହେଉଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡୁନାହିଁ। ବନ୍ୟ ଜନ୍ତୁ ସଂରକ୍ଷଣ ଆଇନ ବିଭାଗୀୟ କାଗଜପତ୍ରରେ ସୀମିତ ରହିଥିବା ବେଳେ ଜାତୀୟ ଉଦ୍ୟାନର ଜୀବଜନ୍ତୁ ବିପଦରେ ଅଛନ୍ତି ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ସାମୁଦ୍ରିକ କଇଁଛ ଓ ହେନ୍ତାଳବଣ ସଂରକ୍ଷଣ ସମିତିର ସମ୍ପାଦକ ହେମନ୍ତ କୁମାର ରାଉତ, ପରିବେଶବିତ୍‌ ଲକ୍ଷ୍ମୀକାନ୍ତ ସ୍ବାଇଁ, ସୁବାସ ସ୍ବାଇଁ, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ରାଧାକାନ୍ତ ମହାନ୍ତି ପ୍ରମୁଖ କହିଛନ୍ତି, ୨୦୧୫ରେ ୨ଜଣ ବ୍ୟକ୍ତି ୪ଟି ବଗ ମାରିବା ଅଭିଯୋଗରେ କିଛିଦିନ ପାଇଁ ଜେଲ ଯାଇଥିଲେ। ତେବେ ତଥ୍ୟ ଅନୁଯାୟୀ ଗତ ୫ ବର୍ଷ ମଧ୍ୟରେ ୬ଜଣ ଅଭିଯୁକ୍ତ କୁମ୍ଭୀର ଓ ହରିଣ ମାରିଥିବା ଅଭିଯୋଗରେ ବନ ବିଭାଗ ଗିରଫ କରିଥିଲେ ମଧ୍ୟ ଏହି ଶିକାରୀ ଦୋଷମୁକ୍ତ ହୋଇଛନ୍ତି। ଅପରପକ୍ଷରେ ଶତାଧିକ ମାମଲା କୋର୍ଟରେ ଅଛି। ଏଗୁଡିକ ତୁରନ୍ତ ବିଚାର କରି ଦଣ୍ଡବିଧାନ କରାଗଲେ ଶିକାରୀ ଆଇନ ପ୍ରତି ସଚେତନ ହୋଇପାରନ୍ତେ। ଭିତରକନିକାରେ ଏବେ ୨୦୦ରୁ ଅଧିକ ବନ୍ୟ ଓ ସାମୁଦ୍ରିକ ପ୍ରାଣୀଙ୍କ ଉପରେ ଏହି ଶିକାରୀଙ୍କ ନଜର ପଡିଛି। ପ୍ରତିବର୍ଷ ବାର୍‌ହା, ଠେକୁଆ, ହରିଣ ଆଦି ଶିକାର କରାଯାଉଥିବା ବେଳେ ସରୀସୃପ, କଇଁଛ, ଶାମୁକା, ନୀଳରକ୍ତ କଙ୍କଡା ଆଦିର ଚୋରା ଚାଲାଣ ବଢ଼ିଛି। ଏଠାରେ ବିଭିନ୍ନ ଉପାୟରେ ଶିକାର ଚାଲିଛି। ବାର୍‌ହା, ହରିଣ, ଠେକୁଆ ଆଦି ବନ୍ୟ ଜନ୍ତୁଙ୍କୁ ଧରିବା ପାଇଁ ଫାଶ ଓ ପୋଷା କୁକୁର ବ୍ୟବହାର ହେଉଛି। ପ୍ଲାଷ୍ଟିକ ରଶି ଅଥବା ବାଇକ୍‌ର କ୍ଲଚ୍‌ ଓୟାରକୁ ଫାଶ ଭାବେ ବ୍ୟବହାର କରାଯାଉଥିବା ବେଳେ ଶିକାରକୁ ଘଉଡାଇବା ପାଇଁ କୁକୁରଙ୍କୁ ଲଗାଯାଉଛି। ସେହିପରି ବିଭିନ୍ନ ପ୍ରାଣୀ, ପକ୍ଷୀଙ୍କ ପାଇଁ ଜାଲ ଓ ଯନ୍ତାର ସାହାରା ନିଆଯାଉଛି। ବନ୍ୟ ଓ ସାମୁଦ୍ରିକ ପ୍ରାଣୀ ଭିତରକନିକାରୁ କମିବା କାରଣରୁ ପ୍ରକୃତି ସନ୍ତୁଳିତ ହୋଇ ରହୁନାହିଁ। ବିଭିନ୍ନ ଜୀବଜନ୍ତୁଙ୍କ ପାଇଁ ଜଙ୍ଗଲ ଅଧିକ ଘଞ୍ଚ ହୋଇଥାଏ। ତେବେ ଏମାନଙ୍କ ସୁରକ୍ଷା ଦାୟିତ୍ୱ ବନ ବିଭାଗର କେବଳ କାଗଜପତ୍ରରେ ସୀମିତ ଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ବନ୍ୟ ପ୍ରାଣୀ ଆଇନ ବିଶାରଦ ତଥା ଆଇନଜୀବୀ ସୁଶ୍ରୀ କୁମାରୀ ନାୟକ କହିଛନ୍ତି, ଦୋଷୀଙ୍କୁ ଦଣ୍ଡ ବିଧାନ ପାଇଁ ଉପଯୁକ୍ତ ପ୍ରମାଣ ଆବଶ୍ୟକ। ମାମଲାର ଶୁଣାଣି ପାଇଁ ଅଧିକ ସମୟ ନିଆଯାଉଥିବାରୁ ଅଧିକାଂଶ ପ୍ରମାଣ ନଷ୍ଟ ହେଉଛି। ସେହିପରି ଫୋରେନସିକ ଟେଷ୍ଟ ରିପୋର୍ଟର ଅଭାବ, ସାକ୍ଷୀଙ୍କ ଅସହଯୋଗ ଶିକାରୀଙ୍କୁ ଦୋଷମୁକ୍ତ କରୁଛି। ବନ ବିଭାଗ ପକ୍ଷରୁ କେବେହେଲେ ଅଙ୍ଗୁଳି ଛାପ ନିଆଯାଉ ନ ଥିବାବେଳେ ଆର୍ମସ ଆକ୍ଟ ଲଗା ଯାଉନାହିଁ। ସେହିପରି ତଦନ୍ତ ଅଧିକାରୀଙ୍କ ବୟାନ ମାମଲାର ସୁପରିଚାଳନା ପାଇଁ ଅଧିକ ଗୁରୁତ୍ୱ ବହନ କରେ। ତେବେ ଏସବୁ ମାମଲାରେ ଡିଏଫ୍‌ଓଙ୍କୁ ସାମିଲ କରାଉଛି ବୋଲି ସେ ମତ ଦେଇଛନ୍ତି। ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ବନ୍ୟ ଜୀବଜନ୍ତୁଙ୍କ ସୁରକ୍ଷାକୁ ସର୍ବଦା ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ କର୍ମଚାରୀ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri