ଆନ୍ଥୋନି ମ୍ୟାକିଙ୍କ ସହ ନଜର ଆସିବେ ଦେଶୀ ଗର୍ଲ

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଉ ଏକ ହଲିଉଡ ଫିଲ୍ମରେ ନଜର ଆସିବେ। ମାର୍ଭେଲ ସିରିଜ ଫେମ ଆନ୍ଥୋନି ମ୍ୟାକିଙ୍କ ସହ ତାଙ୍କୁ ‘ଏଣ୍ଡିଙ୍ଗ ଥିଙ୍ଗ୍ସ’ରେ ଦେଖିବାକୁ ମିଳିବ । ଫିଲ୍ମଟି ଏକ ଆକ୍ସନ ଥ୍ରୀଲର ହେବ। ଯାହା ଓଟିଟି ପ୍ଲାର୍ଟଫର୍ମରେ ରିଲିଜ୍‌ ହେବ। ପୂର୍ବରୁ ମଧ୍ୟ ପ୍ରୟଙ୍କା ହଲିଉଡ୍‌ ଫିଲ୍ମ ‘ମାଟ୍ରିକ୍ସ ରେସୁରେକ୍‌ନ୍ସ’ରେ ନଜର ଆସିଥିଲେ।
ପ୍ରିୟଙ୍କା ଏବଂ ଆନ୍ଥୋନିଙ୍କ ଏହି ଫିଲ୍ମ ୧୯୯୪ ଆକ୍ସନ-କମେଡି ‘ଟ୍ରୁ ଲାଇଜ’ ଉପରେ ଆଧାରିତ ବୋଲି ଜଣାଯାଇଛି । ଜେମ୍ସ କ୍ୟାମେରନ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି।

Share