ଶେଷ ହେଉନି ଗୋଲେଇ ଟ୍ରାଫିକ୍‌ ପୋଷ୍ଟ

ନୟାଗଡ ଅଫିସ,୧୧।୨ନୟାଗଡ଼ ସହରର ଟ୍ରାଫିକ୍‌ ବ୍ୟବସ୍ଥାକୁ ସଜାଡିବା ପାଇଁ ଗୋଲେଇ ଟ୍ରାଫିକ ପୋଷ୍ଟ ନିର୍ମାଣ ଚାଲିଛି। ହେଲେ ଗୋଲେଇ ଟ୍ରାଫିକ୍‌ ପୋଷ୍ଟ ନିର୍ମାଣର ଅବଧି ପ୍ରାୟ ୮ମାସ ତଳୁ ଶେଷ ହୋଇଗଲାଣି। ଇତି ମଧ୍ୟରେ ଟ୍ରାଫିକ୍‌ ପୋଷ୍ଟ ଶିଳାନ୍ୟାସ ଆଉ ୧୧ ଦିନ ପରେ ବର୍ଷେ ପୂରିଯିବ। ତେବେ ଟ୍ରାଫିକ୍‌ ପୋଷ୍ଟର କାମ ଶେଷ ହୋଇପାରୁନି। ପୁଣି ୪ ଲେନ ରାସ୍ତାର ଟେର ମିଳୁନି। କେବଳ ପିଚୁରେ ଅଟକି ଯାଇଛି ବିକାଶ। ଟ୍ରାଫିକ୍‌ ପୋଷ୍ଟର ନବକଳେବର ପାଇଁ ୨.୧୫ ଲକ୍ଷ ମଞ୍ଜୁର ହୋଇଥିବାବେଳେ ସହରବାସୀ ମଞ୍ଜୁର ଟଙ୍କା କେଉଁ ବାଟରେ ଖର୍ଚ୍ଚ ହୋଇଗଲା ଜାଣିପାରିଲେନି ବୋଲି ପ୍ରଶ୍ନ କରିଲେଣି।
୨୦୨୩ ଫେବୃଆରୀ ୨୧ରେ ପୁରୁଣା ବସ୍‌ଷ୍ଟାଣ୍ଡରେ ଶିଳାନ୍ୟାସ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ମୁଖ୍ୟଅତିଥି ରୂପେ ଯୋଗଦେଇ ୨କୋଟି ୧୫ ଲକ୍ଷ ବ୍ୟୟରେ ନିର୍ମାଣ ହେବାକୁ ଥିବା ଟ୍ରାଫିକ ପୋଷ୍ଟ ସହ ରାସ୍ତାର ଶିଳାନ୍ୟାସ କରଥିଲେ। ପ୍ରସ୍ତାବିତ ଟ୍ରାଫିକ ପୋଷ୍ଟଟି ଗୋଲେଇ ଛକ କରି ନିର୍ମାଣ କରାଯିବ। ଗୋଲେଇ ଟ୍ରାଫିକ ଛକର ଭିତରପାର୍ଶ୍ୱ ୧୮ ମିଟରର କରାଯିବ। ଏହାର ଚର୍ତୁଃପାର୍ଶ୍ୱରେ ୩ ଲେନ ରାସ୍ତା ଯାହାକି ୧୦.୫ ମିଟରର ଚଉଡ଼ା କରାଯାଇ ନିର୍ମାଣ କରାଯିବ। ଗୋଲେଇ ଟ୍ରାଫିକ୍‌ ଛକଠାରୁ ଓଡଗଁା, ଖୋର୍ଦ୍ଧା, ଦଶପଲ୍ଲା ଓ ଖଣ୍ଡପଡ଼ାକୁ ପଡ଼ଥିବା ରାସ୍ତା ୧୪ ମିଟର ଭିତରେ ୪ ଲେନର କରାଯିବ। ପ୍ରସ୍ତାବିତ ଟ୍ରାଫିକ୍‌ର ଗୋଲେଇ ଛକଠାରୁ ଖୋର୍ଦ୍ଧା, ଦଶପଲ୍ଲା ଓ ଓଡ଼ଗଁା ରାସ୍ତାରେ ୧୦୦ମିଟର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କରାଯିବ। ପୁଣି ଖଣ୍ଡପଡ଼ା ରୋଡରେ ୬୦ମିଟର ରାସ୍ତା ଅନୁରୂପ ଭାବେ ପ୍ରଶସ୍ତୀକରଣ ହେବ। ଆସନ୍ତା ଜୁଲାଇରେ କାମ ଶେଷ ହେବାକୁ ସରକାର ଧାର୍ଯ୍ୟ କରିଥିବାବେଳେ ୨୦୨୩ ମେ ମାସ ଶେଷ ସୁଧା କାର୍ଯ୍ୟ ଶେଷ ହେବାର ଯୋଜନା ରହିଛି ବୋଲି ସେ ସମୟରେ କୁହାଯାଇଥିଲା। ଇତି ମଧ୍ୟରେ ୨୦୨୩ ମେ ଯାଇ ୨୦୨୪ ଫେବୃଆରୀ ୧୦ ତାରିଖ ଯିବାକୁ ବସିଲାଣି। ହେଲେ ଗୋଲେଇ ଟ୍ରାଫିକ୍‌ ପୋଷ୍ଟ କାମ ଶେଷ ହେଉନି। ଅନ୍ୟପକ୍ଷେ ଟ୍ରାଫିକ୍‌ ପୋଷ୍ଟ ଚାରି ପଟେ ୪ ଲେନ ରାସ୍ତା ନିର୍ମାଣ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ଫାଉଣ୍ଟେନ ପାଇଁ ୨୯ ଲକ୍ଷ
ଗୋଲେଇ ଟ୍ରାଫିକ୍‌ର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ୨୯ ଲକ୍ଷ ଟଙ୍କା ମଞ୍ଜର ହୋଇଛି। ଏବେ ଫାଉଣ୍ଟେନ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଗୋଲେଇ ଟ୍ରାଫିକ୍‌ରେ ଜଳକ୍ରୀଡା ଝରଣାର ରୂପ ଦେଖିବାକୁ ମିଳିବ। ଶନିବାର ଜଳକ୍ରୀଡା ଝରଣାର ଟେଷ୍ଟିଂ ଚାଲିଥିଲା। ଦିନ ବେଳା କେବଳ ଜଳକ୍ରୀଡା ଝରଣାର ରୂପ ଦେଖିବାକୁ ମିଳିବ। ସନ୍ଧ୍ୟାରୁ ରାତି ୧୦ଟା ପର୍ଯ୍ୟନ୍ତ ସୁନ୍ଦର ଆଲୋକରେ ଜଳକ୍ରୀଡା ଝରଣାର ରୂପ ଝଲସିବ। ଅନ୍ୟପକ୍ଷେ ଗୋଲେଇ ଟ୍ରାଫିକ୍‌ରେ ଆମ ପାଇଁ ବଡ଼ ଆମ ନୟାଗଡ଼ ଲେଖା ଯାଇଛି। ଏ ନେଇ ପୌର ଯନ୍ତ୍ରୀ ରଞ୍ଜନ କୁମାର ମହାରଣାଙ୍କୁ ପଚାରିବାରେ ଫାଉଣ୍ଟେନ କାମ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ୨୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସେହି ଟଙ୍କାରେ କାମ ଚାଲୁ ରହିଛି ବୋଲି ସେ କହିଛନ୍ତି।

ଦୁର୍ଘଟଣାର ରୂପ ନେଇପାରେ ଫାଉଣ୍ଟେନ
ଗୋଲେଇ ଟ୍ରାଫିକ୍‌ରେ ଫାଉଣ୍ଟେନ ଭବିଷ୍ୟତରେ ଦୁର୍ଘଟଣାକୁ ଆମନ୍ତ୍ରଣ କରିପାରେ। ଟ୍ରାଫିକ୍‌ ପୋଷ୍ଟରେ ଆମ ପାଇଁ ବଡ଼ ଆମ ନୟାଗଡ଼ ପାଖରେ ଠିଆ ହୋଇ ସେଲ୍ଫି ନେବା ବେଳେ ଦୁର୍ଘଟଣା ଘଟିପାରେ। ଅନ୍ୟପକ୍ଷେ ଟ୍ରାଫିକ୍‌ ପୋଷ୍ଟର ସୌନ୍ଦର୍ଯ୍ୟକରଣ ଦେଖୁ ଦେଖୁ ପଛ ପାଖ କରୁ ଅଥବା ସମ୍ମୁଖରୁ ଗାଡ଼ି ଧକ୍କା ହୋଇ ପାରେ। ଟ୍ରାଫିକ୍‌ ପୋଷ୍ଟରେ ଫାଉଣ୍ଟେନର ସୌନ୍ଦର୍ଯ୍ୟ ଦୁର୍ଘଟଣାର କାରଣ ହୋଇପାରେ ବୋଲି ଏବେଠାରୁ ମତ ପ୍ରକାଶ ପାଇଲାଣି। ଏଣୁ ୨୯ ଲକ୍ଷ ଅପବ୍ୟୟ ହୋଇପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏ ନେଇ ସାମାଜିକ କର୍ମୀ ସନ୍ତୋଷ ପ୍ରଧାନ ଓ ଆଇନଜୀବୀ ରଣଜିତ୍‌ ଦାଶ କୁହନ୍ତି, ଫାଉଣ୍ଟେନ ଦୁର୍ଘଟଣାକୁ ଆମନ୍ତ୍ରଣ କରିବ। ଗୋଲେଇ ଛକରେ ରାସ୍ତା ପ୍ରଶସ୍ତୀକରଣ ହେବ ବୋଲି କୁହାଗଲା, ଅଥଚ ପ୍ରଶସ୍ତୀକରଣ ବଦଳରେ ରାସ୍ତା ସଙ୍କୁଚିତ ହୋଇଗଲା। ଗୋଳେଇ ଛକକୁ ଲାଗି ବିଭିନ୍ନ ଯାନବାହନ ଚାଳକ ଗାଡ଼ିକୁ ନେଉଛନ୍ତି। ଫାଉଣ୍ଟେନ ଚାଲୁ ବେଳେ ଏହାର ପାଣି ଚାଳକଙ୍କ ଉପରେ ପଡିପାରେ। ପବନ ବହିବା ସମୟରେ ଫାଉଣ୍ଟେନର ପାଣି ଯୋଗୁ ବେଶୀ ଦୁର୍ଘଟଣା ଘଟିପାରେ। ରାସ୍ତା ପ୍ରଶସ୍ତୀକରଣ ଥିଲେ ଫାଉଣ୍ଟେନ କରାଇ ଥିଲେ ଆପତ୍ତି ନ ଥିଲା। ତେବେ ସଙ୍କୁଚିତ ରାସ୍ତାରେ ଫାଉଣ୍ଟେନ ଓ ଆମ ପାଇଁ ବଡ଼ ଆମ ନୟାଗଡ଼ର ସେଲ୍ଫି ନେଲାବେଳେ ଅଘଟଣ ଘଟିପାରେ। ହେଲେ ଏ ଦିଗକୁ ନେଇ କେହି ଚିନ୍ତା କରୁନାହାନ୍ତି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଏ ଫ୍ରେଣ୍ଡ ରୁମରୁ ମିଳିଲା ମହିଳାଙ୍କ ମୃତଦେହ! ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା,୧୫।୧୨: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରସ୍ଥିତ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏକ ନୂଆ ମୋଡ଼ ନେଇଛି।...

ନଳି ଖାଇଲେ ଅରୁଣ-ସଞ୍ଜୟ: କହିଲେ ଭୋକ ଉପାସରେ…

ଭୁବନେଶ୍ୱର,୧୫।୧୨: ଅତୀତ କଥା ମନେ ପକାଇଲେ ବରିଷ୍ଠ ବିଜେଡି ନେତା ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା। ଅତୀତରେ କେମିତି ଲୋକଙ୍କ ପାଇଁ ଲଢ଼ୁଥିଲେ ତାହା...

ଭଲିବଲ ପ୍ରତିଯୋଗିତା: ରିଷିଡ଼ା ଚାମ୍ପିୟନ

ରିଷିଡ଼ା, ୧୫ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମରେ ରବିବାର ଦିନିକିଆ ରିଷିଡ଼ା କପ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ଟି-୨୦ରେ ବଡ଼ କାରନାମା କଲେ ତିଲକ ବର୍ମା: କୋହଲିଙ୍କ ପଛରେ ପକାଇଲେ

ନୂଆଦିଲ୍ଲୀ,୧୫।୧୨: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମା ଟି-୨୦ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ତାଙ୍କ ଟି-୨୦ କ୍ୟାରିୟରରେ ୪୦୦୦...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ଗମ୍ଭୀରଙ୍କ ଅଦ୍ଭୁତ ଷ୍ଟ୍ରାଟେଜି: ଶେଷ ଓଭରରେ କଲେ ଏମିତି ମିଳିଲା ତୁରନ୍ତ ସଫଳତା

ଧର୍ମଶାଳା,୧୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଏକ ଅଦ୍ଭୁତ ରଣନୀତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri