Categories: ବାଣିଜ୍ୟ

ଡା.ସୋନମୁନ୍‌ଙ୍କୁ ‘ଏଣ୍ଡୋସ୍କୋପି ପ୍ଲିନାରୀ ଆଓ୍ବାର୍ଡ’

ଭୁବନେଶ୍ୱର,୭।୮: ଓଡ଼ିଶାର ପ୍ରତିଭାବନ ଯୁବ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡା. ସୋନମୁନ୍‌ ମହାପାତ୍ରଙ୍କୁ ନିକଟରେ ଆଉ ଏକ ଅନ୍ତର୍ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ଆମେରିକାନ୍‌ ସୋସାଇଟି ଅଫ୍‌ ଜିଆଇ ଏଣ୍ଡୋସ୍କୋପି ଆନୁକୂଲ୍ୟରେ ଆୟୋଜିତ ଡାଇଜେଷ୍ଟିଭ ଡିଜିଜ୍‌ ଓ୍ବିକ-୨୦୨୩ ଅବସରରେ ଡା.ସୋନମୁନ୍‌ ଯୁକ୍ତରାଷ୍ଟ୍ର ଆମେରିକାରେ ସମ୍ବର୍ଦ୍ଧିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଚିକାଗୋ ସହରଠାରେ ଆମେରିକାନ୍‌ ସୋସାଇଟି ଅଫ୍‌ ଜିଆଇ ଏଣ୍ଡୋସ୍କୋପି ପକ୍ଷରୁ ଆୟୋଜିତ ଏକ ସମ୍ମାନ ସମାରୋହ ଉତ୍ସବରେ ଏଣ୍ଡୋସ୍କୋପି ଭିଡିଓ ବିଭାଗର ଉତ୍କୃଷ୍ଟ ନିଦର୍ଶନ ପାଇଁ ଡା.ସୋନମୁନ ମହାପାତ୍ରଙ୍କୁ ‘ଏଣ୍ଡୋସ୍କୋପି ପ୍ଲିନାରୀ ଆଓ୍ବାର୍ଡ’ରେ ସମ୍ମାନିତ କରାଯାଇଥିଲା।

ବିଶେଷ କରି ବହୁତ କମ୍‌ ଭାରତୀୟ ଡକ୍ଟରଙ୍କୁ ଏହି ସମ୍ମାନ ମିଳିଛି। ଡା.ସୋନମୁନ ମହାପାତ୍ର ସମ୍ପ୍ରତି ଭୁବନେଶ୍ୱରସ୍ଥିତ ସାଇ ଇନଷ୍ଟିଚ୍ୟୁଟ ଅଫ୍‌ ଗ୍ୟାଷ୍ଟ୍ରୋଲୋଜି ଆଣ୍ଡ ଲିଭର ସାଇନ୍ସରେ ରୋଗୀ ସେବା ଯୋଗାଉଛନ୍ତି। ସୂଚନାଯୋଗ୍ୟ, ଡା. ସୋନମୁନ୍‌ ମହାପାତ୍ର ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିଦ୍ଧ ମାୟୋ କ୍ଲିନିର ଅତ୍ୟାଧୁନିକ ଏଣ୍ଡୋସ୍କୋପି ବିଭାଗ ଉପରେ ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ଲାଭ କରିଛନ୍ତି।

 

Share