ଶତ୍ରୁତାକୁ ନେଇ ପୋଲ ତଳକୁ ଠେଲିଦେଇଥିଲେ

ଦେବଗଡ଼,୨୮ା୫: ଦେବଗଡ଼ ଥାନା ଅଧୀନ ଶୁଳିଆ ପୋଲତଳୁ ମୁମୂର୍ଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ୨୩ ତାରିଖରେ ଉଦ୍ଧାର କରାଯାଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ହେଲେ ରିଆମାଳ ଥାନା ଧଉରାଗୋଠ ଗ୍ରାମର ଉପେନ୍ଦ୍ର ବେହେରା। ଏ ନେଇ ମୃତକଙ୍କ ପୁଅ ବାପାଙ୍କୁ ହତ୍ୟା କରାଯାଇଥିବା ନେଇ ଦେବଗଡ଼ ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତଦନ୍ତ ବେଳେ ଉପେନ୍ଦ୍ରଙ୍କୁ ଛେଳି କିଣାବିକାକୁ ନେଇ ରହିଥିବା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରିଆମାଳ ଥାନା ଅନ୍ତର୍ଗତ ଗୁଣ୍ଡିଆପାଲି ଗ୍ରାମର ବ୍ରହ୍ମାନନ୍ଦ ବାଘ ପୋଲରୁ ତଳକୁ ଠେଲିଦେଇଥିବା ସ୍ବୀକାର କରିଥିଲେ। ପୋଲିସ ବ୍ରହ୍ମାନନ୍ଦଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ଗିରଫ ପରେ ଶୁକ୍ରବାର କୋର୍ଟ ଚାଲାଣ କରିଛି।

Share