ଇରାନର ବଡ଼ ଧମକ: ଆମେରିକା ହେଉ କି ଇସ୍ରାଏଲ୍‌, ଉଚିତ ଜବାବ ଦିଆଯିବ…

ତେହରାନ,୨।୧୧: ଇସ୍ରାଏଲର ପାଲଟା ଆକ୍ରମଣ ପରେ ଏବେ ଇରାନ ପୁଣିଥରେ ଆକ୍ରମଣ ଲାଗି ଯୋଜନା କରୁଛି। ଆମେରିକା ହେଉ କି ଇସ୍ରାଏଲ, ଶତ୍ରୁ ଦେଶକୁ ଉପଯୁକ୍ତ ଜବାବ ଦିଆଯିବ ବୋଲି ଇରାନ ସ୍ପଷ୍ଟ କରିଛି। ଶନିବାର ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖାମେନେଇ ସାମ୍ନାକୁ ଆସି ଆମେରିକା ଏବଂ ଇସ୍ରାଏଲକୁ ଏହି ଧମକ ଦେଇଛନ୍ତି।

ଅକ୍ଟୋବର ୨୬ ରେ ଇରାନ ଉପରେ ହୋଇଥିବା ଆକ୍ରମଣ ପରେ ଇରାନ ଅଧିକାରୀମାନେ ଇସ୍ରାଏଲ ବିରୋଧରେ ଆଉ ଏକ ଆକ୍ରମଣ ବିଷୟରେ ଯୋଜନା କରୁଥିବା କୁହାଯାଉଥିବା ବେଳେ ଆୟତୋଲ୍ଲା ଏହି ଧମକ ଦେଇଛନ୍ତି। ଏହି ଆକ୍ରମଣରେ ଇସ୍ରାଏଲ ଇରାନର ସାମରିକ ବେସ ଏବଂ ଅନ୍ୟାନ୍ୟ ସ୍ଥାନକୁ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ପୂର୍ବରୁ ଏପ୍ରିଲ ଏବଂ ଅକ୍ଟୋବରରେ ଇରାନ ଇସ୍ରାଏଲ ଉପରେ ଦୁଇଟି ପ୍ରତ୍ୟକ୍ଷ ଆକ୍ରମଣ କରିଛି।

ଅପରପକ୍ଷେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଉଭୟଙ୍କ ଆକ୍ରମଣ ପଶ୍ଚିମ ଏସିଆରେ ଉତ୍ତେଜନାକୁ ବଢ଼ାଇପାରେ ବୋଲି ଆକଳନ କରାଯାଉଛି। ଏମିତିରେ ଆମେରିକୀୟ ସେନା ସମଗ୍ର ପଶ୍ଚିମ ଏସିଆରେ ସକ୍ରିୟ ଅଛନ୍ତି। ଏହାର କିଛି ଯବାନ ଏବେ ଇସ୍ରାଏଲରେ ‘ଟର୍ମିନାଲ ହାଇ ଅଲ୍ଟିଟ୍ୟୁଡ୍‌ ଏରିଆ ଡିଫେନ୍ସ(ଥାଡ୍‌) ବାୟୁ ପ୍ରତିରକ୍ଷା ପ୍ରଣାଳୀ ପରିଚାଳନା କରୁଛନ୍ତି। ୟୁଏନ୍‌ଏସ୍‌ ଆବ୍ରାହମ ଲିଙ୍କନ୍‌ ବିମାନ ପରିବହନକାରୀ ଆରବ ସାଗରରେ ଥିବାର ସମ୍ଭାବନା ରହିଥିବା ବେଳେ ପେଣ୍ଟାଗନ୍‌ ପ୍ରେସ୍‌ ସେକ୍ରେଟାରୀ ମେଜର୍‌ ଜେନେରାଲ୍‌ ପ୍ୟାଟ୍‌ ରାଇଡର ଶୁକ୍ରମାର କହିଛନ୍ତି ଯେ ଇରାନ ଏବଂ ଏହାର ଉଗ୍ରବାଦୀ ସହଯୋଗୀଙ୍କୁ ରୋକିବା ଲାଗି ଅଧିକ ବିନାଶକାରୀ, ଯୁଦ୍ଧବିମାନ ସ୍କ୍ବାର୍ଡନ, ଟ୍ୟାଙ୍କର, ଦୂରଗାମୀ କ୍ଷେପଣାସ୍ତ୍ର ନିୟୋଜିତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ୍‌ ଆକ୍ରମଣ ପରେ ଭାରତ-ପାକିସ୍ତାନ କ୍ରିକେଟକୁ ନେଇ BCCI ଉପାଧ୍ୟକ୍ଷଙ୍କ ବଡ଼ ବୟାନ 

ନୂଆଦିଲ୍ଲୀ,୨୪।୪: କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ରୁ ଅଧିକ ଭାରତୀୟଙ୍କ ଜୀବନ ଯିବା ପରେ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳୁଛି। ଏହି...

ଜାତୀୟ ପଞ୍ଚାୟତିରାଜ ଦିବସ: ସମ୍ବର୍ଦ୍ଧିତ ହେଲେ ଏହି ୫ ପଞ୍ଚାୟତ

ପାଟଣା,୨୪ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଗୁରୁବାର ପାଟଣା ବ୍ଲକ ପରିସରରେ ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟଙ୍କ...

ପହଲଗାମ ବର୍ବୋରଚିତ ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ନିନ୍ଦା

ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ପହଲଗାମଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ଦିନ୍ଦା କରାଯାଇଛି। ଏଥିସହିତ ଗୁରୁବାର...

Narendra Modi: ଚେତାବନୀ ଦେଲେ ମୋଦି, ମାଟିରେ ମିଶେଇଦେବୁ…

ନୂଆଦିଲ୍ଲୀ,୨୪।୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରରେ ପହଞ୍ଚିଛନ୍ତି। ଆଜି ସେ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ମଧୁବଣୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରୁଛନ୍ତି। ପହଲଗାମ ଆକ୍ରମଣ...

କରାଚୀ ଉପକୂଳରେ କ୍ଷେପଣାସ୍ତ୍ର ପରୀକ୍ଷା କରିବ ପାକିସ୍ତାନ; ଭାରତର ତୀକ୍ଷ୍ଣ ନଜର

ନୂଆଦିଲ୍ଲୀ,୨୪।୪: ପାକିସ୍ତାନ ୨୪ ଓ ୨୫ ତାରିଖରେ କରାଚୀ ଉପକୂଳରେ ନିଜର ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ (EEZ) ମଧ୍ୟରେ ଏକ ଭୁପୃଷ୍ଠରୁ ଭୁପୃଷ୍ଠ କ୍ଷେପଣାସ୍ତ୍ର ପରୀକ୍ଷଣ...

Pakistan Google Trends: ପାକିସ୍ତାନ ଛାନିଆ, ଆତଙ୍କୀ ଆଟାକ୍‌ ପରେ ଗୁଗଲରେ ଏସବୁ ସର୍ଚ୍ଚ କରୁଛନ୍ତି ପାକିସ୍ତାନୀ

ନୂଆଦିଲ୍ଲୀ,୨୪।୪: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ଭାରତକୁ ଦୋହଲାଇ ଦେଇନଥିଲା, ଏହାର ପ୍ରଭାବ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଦେଖାଯାଉଛି। ଆକ୍ରମଣ ସମ୍ପର୍କରେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ଏତିକି ବଢ଼ିପାରେ ଆପଣଙ୍କ ଦରମା

ନୂଆଦିଲ୍ଲୀ,୨୪।୪: ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ ସେମାନଙ୍କ ଦରମାରେ ଏକ ବଡ଼ ବୃଦ୍ଧି ଘଟିବ।...

ସିନ୍ଧୁ ଜଳ ଚୁକ୍ତିନାମା କ’ଣ? ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ କାହିଁକି ଏହାକୁ ସ୍ଥଗିତ କଲା

ନୂଆଦିଲ୍ଲୀ,୨୪।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକ ଓ ଜଣେ ସ୍ଥାନୀୟ ଘୋଡ଼ା ଚାଳକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image