ଶତ୍ରୁର ଶତ୍ରୁ

୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିଥିଲା। ଏହିି ଯୁଦ୍ଧକୁ ଏବେ ୧୫ ମାସ ଚାଲିଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସାହସ ଓ ଧୈର୍ଯ୍ୟର ସହ ରୁଷିଆ ଆକ୍ରମଣର ମୁକାବିଲା କରିଚାଲିଛନ୍ତି। ଯୁଦ୍ଧରେ ୮ ମିଲିୟନ ୟୁକ୍ରେନ୍‌ ଲୋକ ସ୍ଥାନାନ୍ତର ହୋଇଥିବାବେଳେ ୮ ମିଲିୟନ ଦେଶ ଛାଡ଼ି ପଳାଇଗଲେଣି। ଉଭୟ ପକ୍ଷର ୩,୫୪,୦୦୦ ସୈନ୍ୟଙ୍କ ମୃତ୍ୟୁ ଘଟିଲାଣି ବୋଲି ଆମେରିକା ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରୁ ଜଣାପଡ଼ିଛି। ଏହି ଯୁଦ୍ଧ ଦୀର୍ଘଦିନ ଜାରି ରହିବା କାରଣ ହେଉଛି ୟୁକ୍ରେନକୁ ନାଟୋ ଅସ୍ତ୍ରଶସ୍ତ୍ର ଯୋଗାଉଛିି। ବିଶେଷ କରି ଏହି କ୍ଷେତ୍ରରେ ଆମେରିକା, ଜର୍ମାନୀ, ଫ୍ରାନ୍ସ, ଇଟାଲୀ ଓ ଇଂଲଣ୍ଡର ଭୂମିକା ବେଶି। ତେବେ ବର୍ତ୍ତମାନ ଜେଲେନସ୍କି୍‌ିଙ୍କ ଇଟାଲୀ, ଜର୍ମାନୀ, ଫ୍ରାନ୍ସ ଏବଂ ଇଂଲଣ୍ଡ ଗସ୍ତ ଯୁଦ୍ଧର ଏକ ସମ୍ଭାବ୍ୟ ଗମ୍ଭୀର ସ୍ଥିତିକୁ ସୂଚିତ କରିଛି। ଇଟାଲୀ ଗସ୍ତ ଶେଷ କରି ସେ ୧୪ ମେ’ରେ ଜର୍ମାନୀ ବାୟୁସେନାର ଲଢୁଆ ବିମାନ ସୁରକ୍ଷାବଳରେ ଜର୍ମାନୀରେ ପହଞ୍ଚି ଓଲାଫ ସ୍ବଲ୍‌ଜଙ୍କ ସହ ସାକ୍ଷାତ କରିଥିଲେ। ଜର୍ମାନୀରେ ଜେଲେନସ୍କି କହିଛନ୍ତି ଯେ, ୟୁକ୍ରେନ ଓ ପାଶ୍ଚାତ୍ୟ ଦେଶ ମିଶି ଚଳିତ ବର୍ଷ ରୁଷିଆକୁ ହରାଇପାରିବେ ଏବଂ ଏହା ନିର୍ଦ୍ଧାରଣ କରିବା ହିଁ ଉପଯୁକ୍ତ ସମୟ ।
ଏହାସହ ୨.୭ ବିଲିୟନ ୟୁରୋ ବା ୩ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ସ୍ବଲ୍‌ଜ ପ୍ରତିଶ୍ରୁତି ଦେଇଛନ୍ତି। ଜେଲେନ୍‌ସ୍କି ମଧ୍ୟ ଲଢୁଆ ବିମାନ ମାଗିଛନ୍ତି। ଜର୍ମାନୀ ପରେ ଫ୍ରାନ୍ସ ଯାଇ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନଙ୍କୁ ଓ ପରେ ଇଂଲଣ୍ଡରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ସାକ୍ଷାତ କରିଛନ୍ତି। ସବୁଠି ତାଙ୍କୁ ସହଯୋଗର ପ୍ରତିଶ୍ରୁତି ମିଳିଛି। ଏଥିରୁ ସ୍ପଷ୍ଟ ଯେ, ୟୁରୋପ ସହ ଜେଲେନସ୍କିଙ୍କ ସମ୍ପର୍କ ମଜଭୁତ ହେଉଛି ଓ ରୁଷିଆ ଉପରେ ଚାପ ବଢୁଛି। ଜେଲେନସ୍କିଙ୍କ ପାଶ୍ଚାତ୍ୟ ଦେଶଗୁଡ଼ିକୁ ତୋଫାନୀ ଗସ୍ତ ରୁଷିଆ ଓ ପାଶ୍ଚାତ୍ୟ ମଧ୍ୟରେ ଅବିଶ୍ୱାସକୁ ଆହୁରି ବଢାଇଦେଇଛି। ଅନ୍ୟପକ୍ଷରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କର ଅନ୍ତିମ ଲଢେଇ ପ୍ରସ୍ତୁତି ଓ ପ୍ରକୃତ ଲଢେଇ ନାଟୋ ଲଢୁଛି ବୋଲି କହିବା ଭୁଲ୍‌ ହେବନି। ଏଥିସହିତ ପୁଟିନଙ୍କର ପରିସ୍ଥିତି ଦୁର୍ବଳ ହେଉଛି ବୋଲି ଆଜି ଜଣାପଡ଼ୁଛି। ସୋଭିଏଟ୍‌ ରୁଷ୍‌ ସହିତ ମିଶିକରି ଥିବା ପ୍ରାୟ ୧୫ଟି ଅଞ୍ଚଳ ସେହି ସଂଘ ଭାଙ୍ଗିବା ପରେ ଭିନ୍ନ ଦେଶ ହୋଇଯାଇଛନ୍ତି। ତନ୍ମଧ୍ୟରୁ ୯ଗୋଟି ଦେଶ ମିଶିକରି କମନଓ୍ବେଲଥ ଅଫ୍‌ ଇଣ୍ଡିପେଣ୍ଡେଣ୍ଟ ଷ୍ଟେଟ୍ସ (ସିଆଇଏସ୍‌) ଭାବେ ଏକ ଗୋଷ୍ଠୀ କରିଥିଲେ, ଯାହାକି ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ସକ୍ରିୟ ସହଯୋଗ ଆରମ୍ଭରୁ ଦେଇଆସୁଛି। ଆଜିର ଖବର ଅନୁଯାୟୀ ସେହି ୯ଟି ଦେଶ ମଧ୍ୟରୁ ମୋଲଡୋଭା ଯୁଦ୍ଧରୁ ବିରତି ନେବ ବୋଲି ଘୋଷଣା କରି ତା’ର ସୈନ୍ୟମାନଙ୍କୁ ପ୍ରତ୍ୟାହାର କରିନେବାର ନିଷ୍ପତ୍ତି ପୃଥିବୀକୁ ଜଣାଇଦେଲାଣି। ଏହା ପୁଟିନଙ୍କ ପାଇଁ ଏକ ବିରାଟ ବଡ଼ ଧକ୍କା।
ନିକଟ ଭବିଷ୍ୟତରେ ଏହି ଯୁଦ୍ଧ ଶେଷ ହେଲା ଭଳି ମନେ ହେଉନାହିଁ। ଦ୍ୱିତୀୟ ବର୍ଷରେ ପ୍ରବେଶ କରିଥିବା ରୁଷିଆ- ୟୁକ୍ରେନ ଯୁଦ୍ଧ ଦୀର୍ଘଦିନରୁ ଆଞ୍ଚଳିକ ଅସ୍ଥିରତା ସହିତ ବିଶ୍ୱବ୍ୟାପୀ ଅର୍ଥନୀତିକୁ ଦୋହଲାଇ ଦେଇଛି। ନଟୋ ତରଫରୁ ରୁଷିଆ ଉପରେ ଆର୍ଥିକ କଟକଣା ଲଗାଯାଇଛି। କିନ୍ତୁ ଏହି ସମୟରେ ଭାରତ ୟୁକ୍ରେନ ସଙ୍କଟକୁ ନେଇ ସବୁବେଳେ କୂଟନୈତିକ ଦ୍ୱନ୍ଦ୍ୱ ମଧ୍ୟରେ ରହିଆସିଛି। ରୁଷିଆ ସହ ଦୀର୍ଘଦିନର ଦ୍ୱିପାକ୍ଷିକ ସମ୍ପର୍କ ଦୃଷ୍ଟିରୁ ମାପିଚୁପି ପଦକ୍ଷେପ ନେଉଛି। କିନ୍ତୁ ଯାହା ଯେତିକି ଆଜି ପର୍ଯ୍ୟନ୍ତ ହୋଇଛି ସେଥିରେ ଭାରତର କୌଣସି ଲାଭ ହେବା ଭଳି ମନେହେଉନାହିଁ। ଉଦାହରଣସ୍ବରୂପ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଅନେକ ମାସ ତଳେ, ଘୋଷଣା କରିଥିଲେ ଯେ, ମୋଦିଙ୍କ ନେତୃତ୍ୱରେ ହୋଇଥିବା ରୁଷିଆ ସାଙ୍ଗରେ ସମ୍ପର୍କ ସ୍ଥାପନ ଫଳରେ ଭାରତକୁ କମ୍‌ ଦରରେ ପେଟ୍ରୋଲିୟମଜାତ ଦ୍ରବ୍ୟ ରୁଷିଆରୁ ମିଳିବା ଯେକୌଣସି ଭାରତୀୟ ନାଗରିକ କହିପାରିବେ ଯେ, ଗତ ଦୁଇ ବର୍ଷ ମଧ୍ୟରେ ଡିଜେଲ ଦର ହ୍ରାସ ପାଇନାହିଁ। ଯଦି ଲାଭ ହୋଇଛି ତେବେ କେବଳ କିଛି ବେପାରୀଙ୍କ ହୋଇଥାଇପାରେ। ଏହାବ୍ୟତୀତ ବାଣିଜ୍ୟ ଦୃଷ୍ଟିରୁ ରୁଷିଆର ଅଧିକ ସମ୍ପର୍କ ଚାଇନା ସହିତ ବଢିଛି। ଏହା ଫଳରେ ରୁଷିଆ ତାହାର ଚାହିଦା ଥିବା ସାମଗ୍ରୀକୁ ଭାରତ ପରିବର୍ତ୍ତେ ଚାଇନାଠାରୁ କିଣୁଛି। ଗତ କିଛି ସପ୍ତାହ ପୂର୍ବେ ଭାରତକୁ ଆସିଥିବା ରୁଷିଆ ମନ୍ତ୍ରୀ ଲାଭରୋଭଙ୍କ କହିବା ଅନୁଯାୟୀ ତାଙ୍କ ସରକାରଙ୍କ ନିଷ୍ପତ୍ତି ଯେ, ଭାରତ ସହିତ ଭାରତୀୟ ଟଙ୍କାରେ ବ୍ୟବସାୟ କରିବ ନାହିଁ। ତାଙ୍କ କହିବା ଅନୁଯାୟୀ, ଭାରତୀୟ ବ୍ୟାଙ୍କରେ ବହୁ ଟଙ୍କା ଗଚ୍ଛିତ ରହିବା ସତ୍ତ୍ୱେ ତାକୁ ବ୍ୟବହାର କରିବା ପାଇଁ ରୁଷିଆର କୌଣସି ବାଟ ନାହିଁ। ଏଥିରୁ ବୁଝିବାକୁ ହେବ ଯେ, ଭାରତରୁ ଯେକୌଣସି ସାମଗ୍ରୀ କିଣିବାକୁ ରୁଷିଆ ଅନିଚ୍ଛୁକ।
ଏଭଳି ପ୍ରଚ୍ଛଦପଟରେ ଭାରତ ସରକାରଙ୍କ ଦ୍ୱାରା ରୁଷିଆ-ୟୁକ୍ରେନ ଯୁଦ୍ଧ ସମ୍ପର୍କିତ ଯେଉଁସବୁ ନୀତି ଗ୍ରହଣ କରାଯାଇଛି ତାହାର ପାରିଣାମ ଭୟଙ୍କର ହୋଇପାରେ। ବିଶ୍ୱାସ କରାଯାଏ ଯେ, ଭାରତ ସହ ତିକ୍ତ ସମ୍ପର୍କ ରହିଥିବା ଚାଇନାକୁ ଅଧିକ ପସନ୍ଦ କରୁଛି ରୁଷିଆ। ସେହି ପରିସ୍ଥିତିରେ ଭାରତ ସରକାରଙ୍କ ରୁଷିଆ ସପକ୍ଷବାଦୀ ନୀତି ଦ୍ୱାରା ଆମେରିକା ଏବଂ ନାଟୋ ଦେଶମାନଙ୍କର ସ୍ବାର୍ଥ ବିରୋଧରେ ଭାରତ ଛିଡ଼ା ହୋଇଥିବାର ଚିତ୍ର ସ୍ପଷ୍ଟ ହୋଇସାରିଲାଣି। ଦୀର୍ଘମିଆଦୀ କୂଟନୈତିକ ଆବଶ୍ୟକତାକୁ ଦେଖିଲେ ଭାରତ ଏବଂ ଚାଇନା ମଧ୍ୟରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେଲେ ଆମେରିକା ସାହାଯ୍ୟ ଲୋଡ଼ିବା ସମ୍ଭବପର ହୋଇ ନ ପାରେ। କୁହାଯାଏ, ଶତ୍ରୁର ଶତ୍ରୁ ହେଉଛି ମିତ୍ର। କିନ୍ତୁ ଆମ ସରକାରଙ୍କ ନୀତି ଫଳରେ ଭାରତ ମିତ୍ରହୀନ ହୋଇଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିନ୍ଦା, ଟାହିଟାପରା କରିବା ଲୋକେ ତ ସମାଜରେ ଅନେକ ମିଳନ୍ତି, କିନ୍ତୁ ଲୋକନିନ୍ଦାକୁ ନିଜର ସାମର୍ଥ୍ୟ କରି ଗଢ଼ି ତୋଳନ୍ତି କ୍ୱଚିତ୍‌। ଏମିତି ଜଣେ ବ୍ୟକ୍ତିତ୍ୱ...

ବୁଦ୍ଧିଜୀବୀ ବନାମ ରାଜନେତା

ନସାଧାରଣଙ୍କ ପୁଞ୍ଜିରେ ନିର୍ମିତ ବିଭିନ୍ନ ପ୍ରକାର ଲୋକାର୍ପଣ ଉତ୍ସବଗୁଡ଼ିକରେ ଫିତାକଟା ସମୟରେ ଅତିଥି ଭାବରେ ଉପସ୍ଥିତ ବ୍ୟକ୍ତିମାନଙ୍କ ମଧ୍ୟରେ ମୁଖ୍ୟତଃ ରାଜନେତାଙ୍କର ଫଟୋ ଦେଖିବାକୁ ମିଳୁଛି।...

ଭାଷା ଭେଳିକି

ସାଧାରଣରେ କୁହାଯାଇଥାଏ ଆମେ ଭାରତୀୟ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ। ସମ୍ବିଧାନରେ ସବୁ ପ୍ରକାର ନିରପେକ୍ଷତା ଉପରେ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ବାସ୍ତବରେ...

ଚାଇନା ଆଗକୁ ବଢୁଛି

ଚାଇନା ଆଗାମୀ କିଛିବର୍ଷ ମଧ୍ୟରେ, ସମ୍ଭବତଃ ୨୦୩୫ ସୁଦ୍ଧା ବିଶ୍ୱର ବୃହତ୍ତମ ଅର୍ଥ ବ୍ୟବସ୍ଥା ହେବ। ଏହାର ମୋଟ ଘରୋଇ ଉତ୍ପାଦ(ଜିଡିପି) ସେତେବେଳକୁ ଆମେରିକାଠାରୁ ଅଧିକ...

ଏଇ ଭାରତରେ

ଦିବ୍ୟାଙ୍ଗଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ରୋଜଗାର ଦେବାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଉଦାହରଣ ସୃଷ୍ଟି କରିଛନ୍ତି। ୧୦୦ରୁ ଅଧତ୍କ ଦିବ୍ୟାଙ୍ଗ ସେମାନଙ୍କ ସମୁଦାୟ ପାଇଁ...

ସାମାଜିକ ଜୀବନରେ ଚାପଗୋଷ୍ଠୀର ଭୂମିକା

ଅଲେଖ ଚନ୍ଦ୍ର ମିଶ୍ର ପ୍ରଖ୍ୟାତ ଗ୍ରୀକ୍‍ ଦାର୍ଶନିକ ଆରିଷ୍ଟଟଲଙ୍କ ଭାଷାରେ ମଣିଷ ଏକ ସାମାଜିକ ପ୍ରାଣୀ। ସମାଜରେ ତାର ଜନ୍ମ, ସମାଜରେ ସ୍ଥିତି ଏବଂ ସମାଜରେ...

କେତେ ସୁରକ୍ଷିତ ବୋତଲ ପାଣି

ଡ. ଜୟକୃଷ୍ଣ ପାଣିଗ୍ରାହୀ ଜଳ ହେଉଛି ସଜୀବ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଏବଂ ସୁରକ୍ଷିତ ଜଳ ସେବନ ସ୍ବାସ୍ଥ୍ୟରକ୍ଷା ନିମନ୍ତେ ଅତ୍ୟନ୍ତ ଜରୁରୀ। ତେବେ...

Dillip Cherian

ଖୋଲା ବିଦ୍ରୋହ

ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତି ପାଇଁ ତାହାର ଏକ ନିଜସ୍ବ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛି। ଏହା ଆଉ ଏକ ପ୍ରଶାସନିକ ପ୍ରକ୍ରିୟାକୁ ସୂଚିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image