Posted inଜାତୀୟ

ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଦ୍ୱାରସ୍ଥ ହେଲା ଇଡି, ପାଞ୍ଚ ଥର ନୋଟିସ ପରେ ହେଉନାହାନ୍ତି ହାଜର

ନୂଆଦିଲ୍ଲୀ,୩।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଦ୍ୱାରସ୍ଥ ହୋଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଅବନକାରୀ ଦୁର୍ନୀତି ମାମଲାରେ ପାଞ୍ଚ ଥର ସମନ କରିବା ପରେ ମଧ୍ୟ ଇଡି ନିକଟରେ ହାଜର ନ ହେବାରୁ କୋର୍ଟର ଦ୍ୱାରସ୍ତ ହୋଇଛି ତଦନ୍ତକାରୀ ସଂସ୍ଥା। ନୂଆଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ବୁଧବାର ଦିନ ଏହି ମାମଲାର ଶୁଣାଣି କରିବେ।

ତେବେ ତାଙ୍କୁ ଗିରଫ କରିବା ପାଇଁ ଇଡିର ଏହା ବେଆଇନ ଉଦ୍ୟମ ବୋଲି କେଜ୍ରିୱାଲ ସମସ୍ତ ନୋଟିସକୁ ଏଡ଼ାଇ ଦେଇଥିବା କହିଛନ୍ତି। କେଜ୍ରିୱାଲ ନଭେମ୍ବର ୨ ଏବଂ ଡିସେମ୍ବର ୨୧ ପାଇଁ ୨୦୨୩ ଏବଂ ଜାନୁୟାରୀ ୩, ଜାନୁଆରୀ ୧୮, ଏବଂ ଫେବୃଆରୀ ୨ ରେ ହଜାର ହେବା ପାଇଁ ଇଡି ସମନ କରିଥିଲେ ମଧ୍ୟ କେଜ୍ରିୱାଲ ଏହାଙ୍କ ଏଡ଼ାଇ ଯାଇଛନ୍ତି।

ଗତବର୍ଷ ସମାନ ମାମଲାରେ ପୂର୍ବରୁ ଦୁଇ ଏଏପି ଦଳର ଦୁଇ ନେତା ପୂର୍ବତ୍ତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଏବଂ ଏମପି ସଞ୍ଜୟ ସିଂ ଙ୍କୁ ଜେରା କରିବା ପରେ ଇଡି ଗିରଫ କରିଛି।

ଇଡି ରିପୋର୍ଟ ଅନୁଯାୟୀ, ୨୦୨୧-୨୨ ମସିହାରେ ମଦ ବ୍ୟବସାୟୀଙ୍କୁ ଲାଇସେନ୍ସ ପ୍ରଦାନ ପାଇଁ ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି କାର୍ଟେଲାଇଜେସନ୍ ଅନୁମତି ଦେଇଥିଲା ଏବଂ ପରେ ଏଥିପାଇଁ ଲାଞ୍ଚ ଦେଇଥିବା କେତେକ ଡିଲରଙ୍କୁ ଲାଇସେନ୍ସ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଝାଡଖଣ୍ଡ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୫।୧୦: ଆଗକୁ ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ତେବେ ଝାଡଖଣ୍ଡ ନିର୍ବାଚନକୁ ନେଇ ସବୁ ଦଳ ବଳ କଷାକଷି ଆରମ୍ଭ କରିଥିବାବେଳେ ଜାତୀୟ ରାଜନୀତି...

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସୁପ୍ରିମକୋର୍ଟଙ୍କରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ହାଇକୋର୍ଟଙ୍କ...

ନୀତୀଶ କୁମାରଙ୍କୁ ଭେଟିଲେ ଖାନ ସାର୍‌, ବଢୁଛି ରାଜନୈତିକ ଉଷ୍ମତା

ପାଟନା,୨୫।୧୦: ଏବେ ବିହାରର ରାଜଧାନୀ ପାଟନାରୁ ଏକ ବଡ ଖବର ସାମ୍ନାକୁ ଆସିଛି। ପ୍ରତିଯୋଗିତାମୂଳକ ପରୀକ୍ଷାର ଜଣାଶୁଣା ଶିକ୍ଷକ ଖାନ ସାର୍‌ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ...

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଉପରେ ବଡ ଆକ୍ସନ

ନୂଆଦିଲ୍ଲୀ,୨୫।୧୦: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ବଡ ସଫଳତା ମିଳିଛ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ, ପ୍ୟାନ ଇଣ୍ଡିଆ କାର୍ଯ୍ୟାନୁଷ୍ଠାନରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ଜଣ...

ଦୀପାବଳି ପୂର୍ବରୁ ମୋଦି ସରକାର ଦେଲେ ବଡ଼ ଉପହାର, ଘୋଷଣା କଲେ…

ନୂଆଦିଲ୍ଲୀ,୨୫।୧୦: ଦୀପାବଳି ପୂର୍ବରୁ ମୋଦି ସରକାର ଉଦ୍ୟୋଗୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ବର୍ତ୍ତମାନ ତାଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଡବଲ ଋଣ ପାଇବେ।...

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ନ୍ୟୁଜିଲାଣ୍ଡ ଆଗୁଆ

ପୁଣେ,୨୫।୧୦: ପୁଣେର ମହାରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଚାଲିଛି। ଟସ ଜିତିବା...

ମୋଦି ଲଡୁ ନାମରେ ପ୍ରସିଦ୍ଧ ଏହି ମିଠା, ଏହାର ଓଜନ ଆଉ ମୂଲ୍ୟ ଜାଣିଲେ…

ଭାଗଲପୁର,୨୫।୧୦: ଆପଣ କେବେ ମୋଦି ଲଡୁ ଖାଇଛନ୍ତି କି? ଆପଣ ଜାଣନ୍ତି କି ମୋଦି ଲଡୁ କେଉଁଠାରେ ଉପଲବ୍ଧ? ଆପଣ ଏହାର ମୂଲ୍ୟ ଜାଣିଛନ୍ତି କି?...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri