Categories: ରାଜ୍ୟ

ଧୀରଜ ସାହୁ ମଦ ଟଙ୍କା, ତନାଘନା କରିପାରେ ଇଡି

ଭୁବନେଶ୍ୱର,୧୨।୧୨: କଂଗ୍ରେସ ପୂର୍ବତ୍ତନ ରାଜ୍ୟ ସଭା ସଦସ୍ୟ ଧୀରଜ ସାହୁଙ୍କ ମଦ ଭାଟି ଏବଂ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ଆୟକର ବିଭାଗ ଅଧିକାରୀ ୭ ଦିନ ଚଢ଼ାଉ କରି ୩୫୦ କୋଟିରୁ ଉର୍ଦ୍ଧ ଟଙ୍କା ଜବତ କରିଛନ୍ତି। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏଣ୍ଟ୍ରି ମାରିବାର ସମ୍ଭାବନା ଦେଖିବାକୁ ମିଳିଛି।

ମଙ୍ଗଳବାର ଆଇଟି ବରିଷ୍ଠ ଅଧିକାରୀଙ୍କୁ ଇଡି ଯୁଗ୍ମ ନିର୍ଦ୍ଦେଶକ ଭେଟିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ଆୟକର ବିଭାଗ ବିପୁଳ ଟଙ୍କା ଜବତ କରିବା ପରେ ଏତେ ଟଙ୍କା କେଉଁଠୁ ଏବଂ କିଭଳି ଆସିଲା, ସେ ନେଇ ତନାଘନା କରିପାରେ ଇଡି। ଏଥିରେ କେବଳ ମଦ ବିକ୍ରି ଟଙ୍କା, ନା ଆଉ କେଉଁ ଟଙ୍କା ତାର ଖିଅ ଖୋଜିପାରେ ଇଡି। ଏହାରି ମଧ୍ୟରେ ୭ ଦିନ ଧରି ଘନ ଘନ ଜେରା, ଚଢ଼ାଉ ଏବଂ ଯାଞ୍ଚ ପରେ ବଲାଙ୍ଗିର ସୁଦପଡ଼ା ମଦଭାଟି ଛାଡ଼ିଛନ୍ତି ଆୟକର ବିଭାଗ।

Share