Categories: ଜାତୀୟ

ଖୁବଶୀଘ୍ର ବିଦେଶ ଯିବେ ତେଜସ୍ୱୀ!

ପାଟନା,୩୧ ।୧୨: ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ଅର୍ଥାତ୍ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଖୁବଶୀଘ୍ର ପତ୍ନୀ ରେଚେଲ ଓରଫ ରାଜଶ୍ରୀଙ୍କୁ ନେଇ ହନିମୁନ କରିବାକୁ ବିଦେଶ ଯାତ୍ରା କରିପାରନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତେଜସ୍ୱୀଙ୍କ ପାସପୋର୍ଟ ଫେରାଇ ଦେଇଥିବା ଜଣାପଡିଛି । ଆଇଆର୍‌ସିଟିସି ଘୋଟାଲା ମାମଲାରେ ଇଡି କିଛି ମାସ ହେବ ତେଜସ୍ୱୀଙ୍କ ପାସପୋର୍ଟ ଜବତ କରିଥିଲା । ହେଲେ ଇଡି ଏବେ ଯେଉଁ ପାସପୋର୍ଟ ଫେରାଇ ଦେଇଛି ତା’ର ସମୟ ସୀମା ସରିଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ଡିସେମ୍ବର ୯ରେ ବିବାହ କରିବା ପରେ ତଜସ୍ୱୀ ପତ୍ନୀଙ୍କ ସହ ହନିମୁନ ଯିବାକୁ ଯୋଜନା କରିଥିଲେ ବି ଇଡି ପାଖରେ ତାଙ୍କର ପାସପୋର୍ଟ ଥିବାରୁ ସେ ବାହରକୁ ଯାଇ ପାରୁ ନ ଥିଲେ । ଏହାପରେ ସେ ଲଗାତାର ଇଡି ସମ୍ପର୍କରେ ଥିବା ବେଳେ ଗୁରୁବାର ତାଙ୍କୁ ତାଙ୍କ ପାସପୋର୍ଟ ମିଳିଯାଇଛି । ଏବେ ଅନୁମାନ କରାଯାଉଛି କି ସେ ଖୁବଶୀଘ୍ର ହନିମୁନ ପାଇଁ ବିଦେଶ ଯାଇପାରନ୍ତି ।

Share