Categories: ଜାତୀୟ

ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘରେ ଇଡିର ଚଢାଉ

ନୂଆଦିଲ୍ଲୀ,୬ ।୬: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ସୋମବାର ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢାଉ କରାଯାଇଛି । ହୱାଲା କନେକସନକୁ ନେଇ ଜୈନଙ୍କୁ ଗିରଫ କରାଯାଇଥିବା ବେଳେ ଏବେ କୋଲକାତାର ଏକ କମ୍ପାନୀ ସହ ହୱାଲା ସଂଯୋଗ କାରବାର ମାମଲାରେ ଇଡି ତାଙ୍କ ଘର ଉପରେ ଚଢାଉ କରିଛି । ଗୋଟିଏ ପଟେ ସେତ୍ୟେନ୍ଦ୍ର ଜୈନ ଇଡି ହେପାଜତରେ ଥିବା ବେଳେ ଅନ୍ୟପଟେ ସୋମବାର ସକାଳୁ ତାଙ୍କ ଘର ଉପରେ ଚଢାଉ କରାଯିବା ଘଟଣାକୁ ନେଇ ରାଜନୀତି ସରଗରମ ହେବାର ଆଶଙ୍କା କରାଯାଉଛି ।

Share