
ଟେନସା,୧୪।୪(ସମୀର କୁମାର ପାଢୀ): ମାଙ୍ଗାନିଜ ଓ ଆଇରନ ଚୋରି ପାଇଁ ଗଠିତ ସ୍ପେଶାଲ ଏନଫୋର୍ସମେଣ୍ଟ ସ୍କାର୍ଡ ସୋମବାର କୋଇଡା ଖଣି ଅଞ୍ଚଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ବହୁମୂଲ୍ୟ ମାଙ୍ଗାନିଜ ଓ ଲୁହାପଥର ଚୋରା ଚାଲାଣର ତଦନ୍ତ କରିବ ଏଇ ଟିମ । କୋଇଡାର ଗଣୁଆଁ, ମାଲଦା, କଳମଙ୍ଗ, ପାଟମୁଣ୍ଡା ଅଞ୍ଚଳରେ ଟିମ୍ ବୁଲି ଦେଖିବେ।
ସଂରକ୍ଷିତ ଜଙ୍ଗଲ ଓ ବନ୍ଦ ଖଣିରୁ ବହୁମୂଲ୍ୟ ମାଙ୍ଗାନିଜ ଓ ଲୁହାପଥର ଚୋରା ଚାଲାଣ ହେଉଥିବା ନେଇ ଭିଯୋଗ ହୋଇ ଆସୁଥିଲା। ଏନେଇ ଡେପୁଟି ସ୍ପିକର ଭବାନୀ ଶଙ୍କର ଭୋଇ ମୁଖ୍ୟମନ୍ତ୍ରୀଙ୍କୁ ଏହାର ତଦନ୍ତ ପାଇଁ ଚିଠି ମାଧ୍ୟମରେ ଜଣାଇଥିଲେ। ତଦନ୍ତ ପାଇଁ ସୋମବାର ଏକ ଟିମ କୋଇଡା ଖଣି ସେକ୍ଟରରେ ପହଞ୍ଚି ଚୋରି ହେଉଥିବା ବନ୍ଦ ଖଣି ଓ ସଂରକ୍ଷିତ ଜଙ୍ଗଲରୁ ଯାଞ୍ଚ ଆରମ୍ଭ କରିଛନ୍ତି।