Categories: ଖେଳ

କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି

ନଟିଂହାମ,୧୫।୬:ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ଶେଷ ଦିନରେ ଇଂଲଣ୍ଡକୁ ୭୨ ଓଭରରେ ୨୯୯ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ବେନ ଷ୍ଟୋକ୍ସ ନେତୃତ୍ୱାଧୀନ ଦଳ ଏହାକୁ ମାତ୍ର ୫୦ ଓଭରରେ ହାସଲ କରିଥିଲା। ଇଂଲଣ୍ଡ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ଅଧିନାୟକ ଭାବରେ ଏହା ମଧ୍ୟ ବେନ ଷ୍ଟୋକ୍ସଙ୍କ ପ୍ରଥମ ଟେଷ୍ଟ ସିରିଜ।
ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଏହି ଟେଷ୍ଟରେ ଚୌକା ଏବଂ ଛକା ସହ ୧୦୦୦ ହଜାରରୁ ଅଧିକ ରନ ସ୍କୋର କରାଯାଇଥିଲା। ୧୮୭୭ ପରଠାରୁ ଖେଳାଯାଇଥିବା କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଏକ ଟେଷ୍ଟରେ ଚୌକାରେ ୧୦୦୦ ରନ ସ୍କୋର କରାଯାଇଛି। ଏହି ମ୍ୟାଚରେ ୨୨୫ ଚୌକା ଏବଂ ୨୪ ଛକା ହୋଇଥିଲା। ଏହା ସହ ଟିମ ଇଣ୍ଡିଆର ରେକର୍ଡ ଭାଙ୍ଗିଯାଇଛି। ଏହାପୂର୍ବରୁ, ୨୦୦୪ ରେ ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟରେ କେବଳ ଚୌକାରେ ୯୭୬ ରନ ସ୍କୋର କରାଯାଇଥିଲା। ସେହି ମ୍ୟାଚରେ ୨୩୮ ଚୌକା ଏବଂ ୪ଟି ଛକା ଥିଲା। ଏହି ମ୍ୟାଚ ଡ୍ର ରହିଥିଲା।
ଏହି ମ୍ୟାଚରେ ମୋଟ ୧୬୭୫ ରନ ସ୍କୋର କରାଯାଇଥିଲା। ଇଂଲଣ୍ଡରେ ହୋଇଥିବା ଏକ ଟେଷ୍ଟରେ ଦ୍ୱିତୀୟ ସର୍ବାଧିକ ରନ୍‌। ଏହାପୂର୍ବରୁ ୧୯୪୮ ମସିହାରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୧୭୨୩ ରନ ସ୍କୋର କରାଯାଇଥିଲା। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୫୫୩ ଏବଂ ଦ୍ୱିତୀୟ ଇନିଂସରେ ୨୮୪ ରନ ସଂଗ୍ରହ କରଥିଲା। ଏଥି ସହିତ ଇଂଲଣ୍ଡ ପ୍ରଥମ ଇନିଂସରେ ୫୩୯ ରନ ଏବଂ ଦ୍ୱିତୀୟ ଇନିଂସରେ ୫ ଉଇକେଟ ହରାଇ ରନ ସଂଗ୍ରହ କରିଥିଲା।

Share