Categories: ଖେଳ

ନ୍ୟୁଜିଲାଣ୍ଡକୁ ଶକ୍ତ ଝଟକା

ହେଡିଂଲେ,୧୬।୬: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇ ମ୍ୟାଚ୍‌ରେ ପରାସ୍ତ ହୋଇଥିବା ନ୍ୟୁଜିଲାଣ୍ଡକୁ ଶକ୍ତ ଝଟକା ଲାଗିଛି। ଲିଡ୍ସଠାରେ ୨୩ରୁ ହେବାକୁ ଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟ ପୂର୍ବରୁ ଡେଭନ କନଓ୍ବେ କୋଭିଡ୍‌-୧୯ ପଜିଟିଭ ଥିବା ଜଣାପଡ଼ିଛି। ନ୍ୟୁଲାଜିଣ୍ଡ କ୍ୟାମ୍ପରେ ସଂକ୍ରମଣର ଏହା ଚତୁର୍ଥ ଘଟଣା। ତାଙ୍କ ପୂର୍ବରୁ ଅଲରାଉଣ୍ଡର ମାଇକେଲ ବ୍ରାସଓ୍ବେଲଙ୍କ ସମେତ ନ୍ୟୁଜିଲାଣ୍ଡ ଦଳର ୩ ସଦସ୍ୟ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଥିଲେ। ସେମାନଙ୍କୁ ଆଇସୋଲେଶନରେ ରଖାଯାଇଛି। କନଓ୍ବେଙ୍କୁ ମଧ୍ୟ ୫ ଦିନ ଲାଗି କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। କିନ୍ତୁ ତାଙ୍କ ବଦଳରେ ନ୍ୟୁଜିଲାଣ୍ଡ ପକ୍ଷରୁ କୌଣସି ଖେଳାଳିଙ୍କ ନାମ ଘୋଷଣା କରାଯାଇ ନାହିଁ।

Share