Categories: ଖେଳ

ଇଂଲଣ୍ଡ ଦଳରେ ଯାଆଁଳା ଭାଇ

ହେଡିଂଲେ,୧୬।୬: ଲିଡ୍ସଠାରେ ୨୩ରୁ ହେବାକୁ ଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଦଳରେ ପରିବର୍ତ୍ତନ କରାଯାଇଛି। ଦଳରେ ସ୍ଥାନ ପାଇଛନ୍ତି ସରେ ପେସର ଜେମି ଓଭର୍ଟନ। ସେ ହେଉଛନ୍ତି କ୍ରେଗ ଓଭର୍ଟନଙ୍କ ଯାଆଁଳା ଭାଇ। ଦୁଇ ଭାଇଙ୍କୁ ବେନ ଷ୍ଟୋକ୍ସଙ୍କ ନେତୃତ୍ୱାଧୀନ ଦଳରେ ସାମିଲ କରାଯାଇଛି। ନିକଟରେ କାଉଣ୍ଟି କ୍ରିକେଟରେ ସରେ ପାଇଁ ସର୍ବାଧିକ ୨୧ ଉଇକେଟ ନେଇଛନ୍ତି। ମୋଟ ଉପରେ ୮୧ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିବା ଜେମିଙ୍କ ନାମରେ ୨୦୬ ଉଇକେଟ ରହିଛି।

Share