ନିର୍ବନ୍ଧ ମୁଦି ୮.୭୫ କୋଟି

ଓ୍ବାଶିଂଟନ: ହଲିଉଡ ଷ୍ଟାର ଜେନିଫର୍‌ ଲୋପେଜ୍‌ ତାଙ୍କ ଲଭଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ପ୍ରେମିକ ଆଲେକ୍ସ ରୋଡ୍ରିଗୁଏଜ୍‌ଙ୍କ ସହ ଜେନିଫରଙ୍କର ବ୍ରେକଅପ ହୋଇଯାଇଛି। ବ୍ରେକଅପ୍‌ ପରେ ଅଭିନେତ୍ରୀଙ୍କୁ ଏବେ ତାଙ୍କ ପୂର୍ବତନ ପ୍ରେମିକ ବେନ୍‌ ଆଫ୍ଲେକଙ୍କ ସହ ଦେଖିବାକୁ ମିଳୁଛି। ଜେନିଫର ଏବଂ ବେନ୍‌ଙ୍କ ନିର୍ବନ୍ଧ ମୁଦି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବେନ ୬.୧ କ୍ୟାରେଟ ପିଙ୍କ୍‌ ସଲିଟାୟାର୍‌ କଷ୍ଟମ ମେଡ ଡାଏମଣ୍ଡ ରିଙ୍ଗ୍‌ ସହିତ ଜେନିଫରଙ୍କୁ ପ୍ରପୋଜ କରିଛନ୍ତି । ଏହି ରିଙ୍ଗର ମୂଲ୍ୟ ୧.୨ ମିଲିୟନ ଡଲାର ଯାହା କି ଭାରତୀୟ ମୁଦ୍ରାରେ ୮ କୋଟି ୭୫ ଲକ୍ଷ ଟଙ୍କାରୁ ଅଧିକ । ୨୦୦୨ରେ ନିର୍ବନ୍ଧ ହେବାର ବର୍ଷକ ପରେ ଏହା ଭାଙ୍ଗିଯାଇଥିଲା। ଏବେ ପୁଣିଥରେ ଦୁହେଁ ଏକାଠି ହେବା ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

Share