ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର,୧୪।୯: ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ତାଙ୍କ ପରିଚୟ ଝାଡଖଣ୍ଡ ରାଞ୍ଚିର ଅଭିଷେକ ରବି ବୋଲି ଜଣାପଡିଛି। ଛାତ୍ର ଜଣଙ୍କ କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷର ଛାତ୍ର ବୋଲି ସୂଚନା ମିଳିଛି ।

ଗତକାଲି ଛାତ୍ର ଜଣଙ୍କ କଲେଜ ଛାତ ସିଢିରୁ ପଡିଯାଇଥିଲେ। ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ୧୨ ତାରିଖରେ ଛାତ୍ର ଜଣଙ୍କ କଲେଜରେ ତାଙ୍କୁ ରାଗିଂ କରାଯାଉଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।

Share