Categories: ଜାତୀୟ

ଶ୍ୟାମଳ ରଙ୍ଗ ପାଇଁ ୧୫ ମହଲାରୁ ଡେଇଁଲେ ଇଞ୍ଜିନିୟର ଛାତ୍ର, ଆଉ ତା’ ପରେ…

ଲକ୍ଷ୍ନୌ,୬।୩: ଉତ୍ତରପ୍ରଦେଶ ଗୌତମବୁଦ୍ଧନଗରର ଜଣେ ଇଞ୍ଜିନିୟର ଛାତ୍ର ୧୫ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। କାରଣ ତାଙ୍କର ଶ୍ୟାମଳ ରଙ୍ଗ ହୋଇଥିବାରୁ ସେ ମାନସିକ ଚାପରେ ରହୁଥିଲେ। ତାଙ୍କ ନାଁ ସୟମ(୧୭)। ସେ ଶନିବାର ସକାଳେ ତାଙ୍କ ଆପାର୍ଟମେଣ୍ଟର ୧୫ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ପରିବାର ସଦସ୍ୟ କହିଛନ୍ତି, ସୟମଙ୍କ ରଙ୍ଗ ଶ୍ୟାମଳ। ତେଣୁ ସେ ତାଙ୍କ ରଙ୍ଗକୁ ନେଇ ସର୍ବଦା ମାନସିକ ଚାପରେ ରହୁଥିଲେ। ମାତ୍ର ସେମାନେ ଜାଣି ନ ଥିଲେ କି ତାଙ୍କ ପୁଅ ସାମାନ୍ୟ ରଙ୍ଗ ପାଇଁ ଏପରି ପଦକ୍ଷେପ ନେବ।

ଆଜି ସକାଳେ କେହି ଜଣେ ଭୂମିରେ ପଡ଼ିବା ଶବ୍ଦ ଲୋକେ ଶୁଣିଥିଲେ। ଦୌଡ଼ି ଯାଇ ଦେଖନ୍ତି ତ ସୟମ ୧୫ ମହଲାରୁ ଡେଇଁଛନ୍ତି। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ପୋଲିସକୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଥିଲା। ପୋଲିସ କହିଛି, ସୟମ ଆତ୍ମହତ୍ୟା ଶ୍ୟାମଳ ରଙ୍ଗ ପାଇଁ କରିଛନ୍ତି କି ଅନ୍ୟ କେଉଁ କାରଣ ପାଇଁ ତାହାର ତଦନ୍ତ ଚାଲିଛି। ପରେ ଘଟଣାର ସତ୍ୟତା ଜଣାପଡ଼ିବ।

Share