Categories: ଖେଳ

ଭାରତ ବିପକ୍ଷ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୨୮।୬: ଭାରତ ବିପକ୍ଷରେ ଏକମାତ୍ର ଟେଷ୍ଟ ପାଇଁ ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି) ଦଳ ଘୋଷଣା କରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ହୋଇଥିବା ଟେଷ୍ଟ ସିରିଜରେ ଖେଳୁଥିବା ସମାନ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ ଜୁଲାଇ ୧ରୁ ବର୍ମିଂହାମର ଏଡବାଷ୍ଟନ ଠାରେ ଖେଳାଯିବ। ବେନ ଷ୍ଟୋକ୍ସ ଦଳର ନେତୃତ୍ୱ ନେବେ। ଗତ ବର୍ଷ ଅଗଷ୍ଟ-ସେପ୍ଟେମ୍ବରରେ ଟିମ ଇଣ୍ଡିଆ ଇଂଲଣ୍ଡ ଗସ୍ତରେ ଯାଇଥିଲା। ଚାରିଟି ଟେଷ୍ଟ ପରେ ଭାରତୀୟ ଦଳ ୨-୧ରେ ଆଗୁଆ ରହିଥିଲା। କରୋନା କାରଣରୁ ପଞ୍ଚମ ମ୍ୟାଚ ଖେଳାଯାଇ ପାରି ନ ଥିଲା। ଏହି ମ୍ୟାଚ ବର୍ତ୍ତମାନ ଖେଳାଯିବ। ନିକଟରେ ଭାରତ ଲେଷ୍ଟେଷ୍ଟେୟାର ବିପକ୍ଷରେ ମାତ୍ର ଗୋଟିଏ ୱାର୍ମ ଅପ ମ୍ୟାଚ ଖେଳିଥିଲା। ଏହି ମ୍ୟାଚ୍‌ ଡ୍ରରେ ଶେଷ ହୋଇଥିଲା।
ଭାରତ ବିପକ୍ଷରେ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ: ବେନ ଷ୍ଟୋକ୍ସ (ଅଧିନାୟକ), ଜେମ୍ସ ଆଣ୍ଡରସନ, ଜନି ବେୟାରଷ୍ଟୋ, ଜୋ ରୁଟ, ସାମ ବିଲିଙ୍ଗସ (ଉଇକେଟ୍‌ କିପର୍‌), ଷ୍ଟୁଆର୍ଟ ବ୍ରଡ, ହ୍ୟାରି ବ୍ରୁକ, ଜ୍ୟାକ କ୍ରାଉଲି, ବେନ ଫକ୍ସ (ଉଇକେଟ୍‌ କିପର୍‌), ଜ୍ୟାକ ଲିଚ, ଆଲେକ୍ସ ଲିଜ, କ୍ରେଗ ଓଭରଟନ, ଜାମି ଓଭରଟନ, ମାଥ୍ୟୁ ପୋଟ୍ସ, ଓଲି ପୋପ।
ଭାରତୀୟ ଟେଷ୍ଟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ରିଷଭ ପନ୍ତ (ଉଇକେଟ୍‌ କିପର୍‌), କେ.ଏସ ଭରତ (ଉଇକେଟ୍‌ କିପର୍‌), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି, ଜଶପ୍ରୀତ ବୁମରା, ମହମ୍ମଦ ସିରାଜ, ଉମେଶ ଯାଦବ, ପ୍ରସିଦ୍ଧା କ୍ରିଷ୍ଣା, ମୟଙ୍କ ଅଗ୍ରୱାଲ।

Share