Posted inଖେଳ

ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଇଂଲଣ୍ଡ

ଧର୍ମଶାଳା, ୧୦।୧୦: ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହେବା ପରେ ଇଂଲଣ୍ଡ ଦୃଢ଼ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି। ଧର୍ମଶାଳାରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଏହାର ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ। ନ୍ୟୁଜିଲାଣ୍ଡ ବିପକ୍ଷ ଅପ୍ରତ୍ୟାଶିତ ପରାଜୟ ଇଂଲଣ୍ଡ ପାଇଁ ସତର୍କ ଘଣ୍ଟି ଥିଲା। ଇଂଲଣ୍ଡ ବାଜ୍‌ବଲ୍‌ କ୍ରିକେଟ ଖେଳୁଥିବା ବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ରାଚିନ୍‌ ରବୀନ୍ଦ୍ର ଓ ଡେଭନ୍‌ କନ୍‌ଓ୍ବେ ଦ୍ରୁତ ବ୍ୟାଟିଂ କରି ସମସ୍ତଙ୍କୁ ଚକିତ କରିଥିଲେ। ୨୮୨ ରନ୍‌ ସ୍କୋର ହୋଇଥିବା ବେଳେ ଇଂଲଣ୍ଡର ବୋଲର ମାନେ ୩୭ ଓଭରରେ ଏହି ରନ୍‌ ବ୍ୟୟ କରିଥିଲେ। ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍‌, ଜନି ବେୟାରଷ୍ଟୋ ଓ ଅଧିନାୟକ ଜୋସ୍‌ ବଟଲର ଭଲ ବ୍ୟାଟିଂ କରିଥିଲେ। ଏହି ଖେଳାଳିଙ୍କୁ ବାଦ ଦେଲେ ଅନ୍ୟ ସମସ୍ତ ବ୍ୟାଟର ବିଫଳ ହୋଇଥିଲେ। ତେବେ ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡର ବୋଲିଂ ଅତ୍ୟନ୍ତ ସାଧାରଣ ସାବ୍ୟସ୍ତ ହୋଇଥିଲା। କ୍ରିସ୍‌ ଓକ୍ସ, ମାର୍କ ଉଡ୍‌ ଓ ସାମ୍‌ କୁରାନ ପ୍ରଭାବହୀନ ରହିଥିଲେ। ଇଂଲଣ୍ଡର ଏହି ଦୁର୍ବଳତାର ଫାଇଦା ଉଠାଇବାକୁ ପ୍ରୟାସ କରିବ ବାଂଲାଦେଶ।
ଉଭୟ ଦଳ ଧର୍ମଶାଳାରେ ପ୍ରଥମ ଥର ଖେଳୁଥିବା ବେଳେ ଏଠାରେ ସ୍ପିନରଙ୍କ ସାମାନ୍ୟ ଅଧିକ ସହାୟତା ମିଳିଥାଏ। ବାଂଲାଦେଶ ଏହାର ଫାଇଦା ଉଠାଇ ଇଂଲଣ୍ଡକୁ ଅସୁବିଧାରେ ପକାଇବାକୁ ଚାହିଁବ। ପ୍ରଥମ ମ୍ୟାଚ୍‌ ପରେ ଆଫଗାନିସ୍ତାନ କୋଚ୍‌ ଜୋନାଥନ୍‌ ଟ୍ରଟ୍‌ ଏହି ଷ୍ଟାଡିୟମର ଆଉଟଫିଲ୍ଡକୁ ନେଇ ପ୍ରଶ୍ନ ଉଠାଇଥିଲେ। ଫିଲ୍ଡିଂ କରୁଥିବା ସମୟରେ ଏକାଧିକ ଆଫଗାନ ଖେଳାଳି ଆହତ ହୋଇଥିଲେ। ତେଣୁ ଇଂଲଣ୍ଡ ଓ ବାଂଲାଦେଶର ଖେଳାଳିଙ୍କୁ କ୍ଷେତ୍ରରକ୍ଷଣ ସମୟରେ ସତର୍କତା ଅବଲମ୍ବନ କରିବାକୁ ହେବ। ଉଭୟ ଦଳ ନିକଟରେ କ୍ୱାଲିଟି ଖେଳାଳି ରହିଥିବା ବେଳେ ସ୍ପିନ୍‌ ବିଭାଗରେ ବାଂଲାଦେଶ ସାମାନ୍ୟ ଶକ୍ତିଶାଳୀ ମନେ ହେଉଛି। ଇଂଲଣ୍ଡ ପକ୍ଷରୁ ଆଦିଲ ରଶିଦ୍‌ ପ୍ରଥମ ମ୍ୟାଚରେ ଟାଇଟ୍‌ ବୋଲିଂ କରିଥିଲେ ମଧ୍ୟ ଉଇକେଟ ଶୂନ୍ୟ ରହିଥିଲେ। ଏହା ବ୍ୟତୀତ ପାର୍ଟ ଟାଇମର ଭାବରେ ଦଳ ନିକଟରେ ମୋଇନ୍‌ ଅଲୀ ଓ ଲିଆମ୍‌ ଲିଭିଙ୍ଗଷ୍ଟୋନଙ୍କ ଉପରେ ମଧ୍ୟ ନଜର ରହିବ। ତେବେ ବାଂଲାଦେଶ ନିକଟରେ ସାକିବ୍‌ ଅଲ ହସନଙ୍କ ସହିତ ମେହିଦୀ ହସନ ମିରାଜ ଓ ହସନ ମହମୁଦଙ୍କ ପରି ସ୍ପିନର ରହିଛନ୍ତି। ସେହିଭଳି ବ୍ୟାଟିଂରେ ମିରାଜ ଓ ନଜମୁଲ ହୋସେନ୍‌ ଶନ୍ତୋ ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି। ଏହି ମ୍ୟାଚ୍‌ ପାଇଁ ଇଂଲଣ୍ଡ ଫେଭରିଟ୍‌ ରହିଥିଲେ ହେଁ ଅତୀତରେ ବାଂଲାଦେଶ ଅନେକ ଶକ୍ତିଶାଳୀ ଦଳଙ୍କୁ ପରାସ୍ତ କରିବାର ରେକର୍ଡ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠୁ ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆର ଆଧିପତ୍ୟ ଶେଷ କରିବାକୁ ସୁଯୋଗ

ଦୁବାଇ,୩ା୧୦(ପି.ଟି.):ୟୁଏଇରେ ଗୁରୁବାର ମହିଳା ଟି୨୦ ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ବାଂଲାଦେଶ ଓ ସ୍କଟଲାଣ୍ଡ ମଧ୍ୟରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଶାରଜା ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ବୁମ୍‌ରା ପୁଣି ୧ ନମ୍ବର

ଦୁବାଇ,୨ା୧୦: ଭାରତୀୟ ପେସ୍‌ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ସଦ୍ୟ ପ୍ରକାଶିତ ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। କାନପୁରରେ ବାଂଲାଦେଶ ବିପକ୍ଷରେ ୬...

ପାକିସ୍ତାନ କ୍ରିକେଟ୍‌ରେ ହଲଚଲ: ପୁଣି ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର ଆଜମ

ନୂଆଦିଲ୍ଲୀ,୨।୧୦: ପାକିସ୍ତାନ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବାବର ଆଜମ ଦ୍ୱିତୀୟଥର ପାଇଁ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ବାବର ପାକିସ୍ତାନର ଦିନିକିଆ ଏବଂ ଟି-୨୦ର...

ମାତ୍ର ୧୩ ବର୍ଷ ବୟସରେ ଅଷ୍ଟ୍ରେଲିଆ ବିରୋଧରେ ଶତକ ମାରିଲେ ଭାରତର ଏହି ବିସ୍ମୟ ବାଳକ

ଚେନ୍ନାଇ, ୧ା୧୦: ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ଆକ୍ରମଣାତ୍ମକ ପ୍ରଦର୍ଶନ ଅନେକ ଯୁବ ତାରକାଙ୍କୁ ଅନୁପ୍ରାଣିତ କରିଛି। ମାତ୍ର ୧୩ ବର୍ଷ ବୟସରେ,...

ଡବ୍ଲୁଟିସି ଫାଇନାଲ୍‌ ପାଇଁ ଭାରତକୁ ଟକ୍କର ଦେବେ ଏହି ୨ ଟିମ୍‌: ବଦଳିଲା ସମୀକରଣ

କାନୁପର,୧।୧୦: କାନପୁର ଟେଷ୍ଟରେ ବାଂଲାଦେଶ ଉପରେ ଭାରତ ଜିତିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ରେସ୍‌ରେ ସମୀକରଣ ବଦଳିଥିବା ଜଣାପଡିଛି। ଦୁଇ ଟେଷ୍ଟ...

ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଆ ଛାତ୍ର ରୋହିତ ପାତ୍ର

କୋରାପୁଟ,୧।୧୦(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗଣିତ ବିଭାଗର ପ୍ରଥମ ବର୍ଷର ଛାତ୍ର ରୋହିତ ପାତ୍ର ଅକ୍ଟୋବର ୦୪ରୁ ୧୩ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର...

ଭାରତର କ୍ଲିନ୍‌ସୁଇପ୍‌ ପରେ ଡବ୍ଲୁଟିସି ପଏଣ୍ଟ ଟେବୁଲ୍‌ରେ ବଡ଼ ଓଲଟପାଲଟ

କାନପୁର,୧।୧୦: କାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ବାଂଲାଦେଶକୁ ୭ ଉଇକେଟରେ ପରାସ୍ତ କରି ସିରିଜକୁ ୨-୦ରେ ହାତେଇଛି। ଏହାପୂର୍ବରୁ ଟିମ ଇଣ୍ଡିଆ ଚେନ୍ନାଇରେ ୨୮୦...

ବାଂଲାଦେଶକୁ ଧୂଳିଚଟେଇଲା ଭାରତ: ୨-୦ରେ ସିରିଜ୍‌ ଜିତିଲା

କାନପୁର,୧।୧୦:କାନପୁର ଟେଷ୍ଟରେ ଭାରତ ବାଂଲାଦେଶକୁ ୭ ଉଇକେଟରେ ପରାସ୍ତ କରି ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ଜିତିଛି। ଟିମ ଇଣ୍ଡିଆର ୯୫ ରନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri