Categories: ଖେଳ

ଆଇପିଏଲ୍‌ ପୂର୍ବରୁ ଆର୍‌ସିବିକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୩: ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ଦଳଗୁଡିକରୁ ଅନେକ ଖେଳାଳି ବାଦ୍‌ ପଡ଼ୁଛନ୍ତି। ଟୁର୍ନାମେଣ୍ଟର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ଏବଂ ଦୁଇଥର ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ପରେ ଏବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ମଧ୍ୟ ଏକ ବଡ଼ ଝଟ୍‌କା ଲାଗିଛି। ରିପୋର୍ଟ ଅନୁଯାୟୀ ଇଂଲଣ୍ଡର ଅଲରାଉଣ୍ଡର ୱିଲ ଜ୍ୟାକ୍ସ ଆହତ ହୋଇଛନ୍ତି। ତାଙ୍କ ଆଘାତ ଗୁରୁତର ଥିବାରୁ ସେ ଆଇପିଏଲ୍‌ର ପୂରା ସିଜନରୁ ବାଦ୍‌ ପଡ଼ିଛନ୍ତି। ଏହା ଆରସିବି ପାଇଁ ଏକ ବଡ ଝଟ୍‌କା ବୋଲି କୁହାଯାଉଛି।

ଇଂଲଣ୍ଡର ୨୪ ବର୍ଷୀୟ ଅଲରାଉଣ୍ଡର ୱିଲ ଜ୍ୟାକ୍ସଙ୍କ ପାଇଁ ଆଇପିଏଲ୍‌ ନିଲାମରେ ଦୁଇଟି ଦଳ ଆଗ୍ରହ ଦେଖାଇଥିଲେ। ପ୍ରଥମ ଦଳ ରାଜସ୍ଥାନ ରୟାଲ୍ସ ଏବଂ ଦ୍ୱିତୀୟ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଥିଲା। ନିଲାମରେ ଜ୍ୟାକ୍ସଙ୍କର ମୂଳ ମୂଲ୍ୟ ୧.୫୦ କୋଟି ଟଙ୍କା ଥିଲା। କିନ୍ତୁ ଶେଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କୁ ୩.୨୦ କୋଟିରେ କିଣିଥିଲା।

Share