Categories: ଖେଳ

ଅନ୍ତର୍ଜାତୀୟ କ୍ରିକେଟରୁ ହେଲ୍ସଙ୍କ ଅବସର

ଲଣ୍ଡନ,୫ା୮: ଇଂଲଣ୍ଡର ବିସ୍ଫୋରକ ଓପନିଂ ବ୍ୟାଟର ଆଲେକ୍ସ ହେଲ୍ସ ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ୨୦୧୧ ଅଗଷ୍ଟରେ ମାଞ୍ଚେଷ୍ଟରରେ ଭାରତ ବିପକ୍ଷ ଏକ ଅନ୍ତର୍ଜାତୀୟ ଟି୨୦ ଖେଳି ଆଲେକ୍ସ ତାଙ୍କ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେ ଇଂଲଣ୍ଡ ତରଫରୁ ୧୧ ଟେଷ୍ଟ, ୭୦ ଅନ୍ତର୍ଜାତୀୟ ଦିନିକିଆ ଏବଂ ୭୫ ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି। ଘଟଣାକ୍ରମେ ହେଲ୍ସ ଭାରତ ବିପକ୍ଷରେ ମଧ୍ୟ ତାଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଅଷ୍ଟ୍ରେଲିଆରେ ୨୦୨୨ରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ସେ ୪୭ ବଲ୍‌ରେ ୮୬ (୪ ଚୌକା ଓ ୭ ଛକା) ରନ୍‌ କରି ଅପରାଜିତ ରହିଥିଲେ। ଆଡିଲେଡ୍‌ଠାରେ ୧୬୯ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ବେଳେ ହେଲ୍ସ ଓ ଜୋସ୍‌ ବଟଲର (୮୦ ନଟ୍‌ଆଉଟ)ଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଇଂଲଣ୍ଡ ୧୦ ଉଇକେଟରେ ବିଜୟ ଲାଭ କରିଥିଲା।

Share