ନୂଆଦିଲ୍ଲୀ,୧୨।୩: ଆଇପିଏଲ ଖେଳିବେ ନାହିଁ ବୋଲି ମନା କଲେ ଆଉ ଜଣେ ଜଣେ ଇଂଲଣ୍ଡ ଖେଳାଳି। ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଆଲେକ୍ସ ହେଲ୍ସ କରୋନା ଜନିତ ବାୟୋ ବବଲ୍ସ କାରଣରୁ ଆଇପିଏଲ୍ ଖେଳିବାକୁ ମନା କରିଦେଇଛନ୍ତି। ତାଙ୍କୁ କେକେଆର୍ ଚଳିତ ବର୍ଷ କିଣିଥିଲା। ପୂର୍ବରୁ ଇଂଲିଶ ଓପନର୍ ଜେସନ ରୟ ମଧ୍ୟ ସମାନ ପଦକ୍ଷେପ ନେଇଥିଲେ।
କେକେଆର ଆଲେକ୍ସ ହେଲ୍ସଙ୍କୁ ୧.୫ କୋଟିରେ କିଣିଥିଲା। ସେ ଖେଳିବାକୁ ମନା କରିବାରୁ ତାଙ୍କ ବଦଳ ଖେଳାଳି ଭାବେ ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚଙ୍କୁ ଚୟନ କରାଯାଇଛି। ସେ ଚଳିତ ବର୍ଷ କେକେଆର୍ ପାଇଁ ଖେଳିବେ। ପୂର୍ବରୁ ମେଗା ଅକ୍ସନ ବେଳେ ଫିଞ୍ଚଙ୍କୁ କୌଣସି ଦଳ କିଣି ନ ଥିଲେ। ହେଲେ ଏବେ ସେ ବଦଳ ଖେଳାଳି ଭାବେ କେକେଆର୍ରେ ସାମିଲ ହୋଇଛନ୍ତି।
୮୭ଟି ଆଇପିଏଲ୍ ମ୍ୟାଚ ଖେଳି ୨୦୦୦ରୁ ଅଧିକ ରନ କରିଥିବା ଫିଞ୍ଚ ଆମ ସହ ସାମିଲ ହେବେ। ତାଙ୍କୁ କେକେଆର୍ ୧.୫ କୋଟି ଟଙ୍କାରେ କିଣିଛି ବୋଲି କେକେଆର ପକ୍ଷରୁ କୁହାଯାଇଛି।
୨୦୧୦ରେ ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ନିଜର ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ। ୨୦୨୦ରେ ଫିଞ୍ଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିଥିଲେ। ଏବେ କେକେଆର ତାଙ୍କର ୯ ନଂ ପ୍ରାଞ୍ଚାଇଜ।
— Alex Hales (@AlexHales1) March 11, 2022