Categories: ଖେଳ

ଭାରତର ଲଜ୍ଜାଜନକ ପରାଜୟ

ଚେନ୍ନାଇ,୯।୨: ଭାରତ ଏବଂ ଇଲଂଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଘରୋଇ ଦଳ ଲଜ୍ଜାଜନକ ପରାଜୟ ଭୋଗିଛି। ଇଂଲଣ୍ଡ ଏହି ଟେଷ୍ଟରେ ଭାରତକୁ ୨୨୭ ରନ୍‌ର ପରାଜିତ କରିଛି। ଏହାସହ ଭ୍ରମଣକାରୀ ଦଳ ୧-୦ ସିରିଜ୍‌ ଆଗେଇଛି। ଏହି ବିଜୟ ସଂ ଇଂଲଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ଶିପ୍‌ ତାଲିକାର ଶୀର୍ଷରେ ପହଞ୍ଚିଛି। ଚେନ୍ନାଇ ଟେଷ୍ଟରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ୫୭୮ ରନ୍‌ କରି ଅଲଆଉଟ୍‌ ହୋଇଥିଲା ଏହାର ଜବାବରେ ଭାରତ ୩୩୭ ରନ୍‌ କରିଥିଲା। ସେହିପରି ଇଲଣ୍ଡ ଦ୍ୱିତୀୟ ଇନିଂସରେ ୧୭୮ କରି ଥବବାବେଳେ ଭାରତ ଆଗରେ ୪୨୦ ରନ୍‌ ବିଜୟ ଲକ୍ଷ ଧାର୍ଯ୍ୟ କରିଥିଲା। ଏହାର ଜବାବରେ ଭାରତ ମାତ୍ର ୧୯୨ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

Share