ICC World Cup 2023: ଭାରତ ବିପକ୍ଷରେ ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ଜାଣନ୍ତୁ ଭାରତର ପ୍ଲେଇଂ ଇଲେଭେନ

ଲକ୍ଷ୍ନୌ,୨୯।୧୦: ଆଇସିସି ଦିନିକିଆ ବିଶ୍ୱକପର ଏକ ହାଇଭୋଲ୍ଟେଜେ ମ୍ୟାଚରେ ରବିବାର ଭାରତ-ଇଂଲଣ୍ଡ ଉତ୍ତର ପ୍ରଦେଶର ଏକନା ଷ୍ଟାଡିୟମରେ ମୁହାଁମୁହିଁ ହେଉଛନ୍ତି। ଇଂଲଣ୍ଡ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛି।

ଚଳିତ ବିଶ୍ୱକପରେ ସମସ୍ତ ପାଞ୍ଚ ମ୍ୟାଚରେ ଭାରତ ବିଜୟ ଲାଭ କରିଥିବା ବେଳେ ଅନ୍ୟପଟେ ଇଂଲଣ୍ଡ ପାଞ୍ଚ ମ୍ୟାଚ୍ରୁ ଚାରିରେ ପରାଜୟ ବାରଣ କରିସାରିଛି। ଏହାବାଦ ଆଜିର ମ୍ୟାଚ ବେଶ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

ଦିନିକିଆ ବିଶ୍ୱକପରେ ଭାରତ ଇଂଲଣ୍ଡ ବିପକ୍ଷରେ ୮ ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ଇଂଲଣ୍ଡ ୪ଟି ରେ ବିଜୟ ହାସଲ କରିଛି। ବିଶ୍ୱକପରେ ଭାରତ ଇଂଲଣ୍ଡ ବିପକ୍ଷରେ ଶେଷଥର ପାଇଁ ୨୦୦୩ରେ ବିଜୟର ସ୍ୱାଦ ଚାଖିଥିଲା। ତେବେ ଆଜିର ମ୍ୟାଚରେ ଦୁଇ ଟିମରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ଜସପ୍ରୀତ ବୁମରା, ମହମ୍ମଦ ସିରାଜ।

ଇଂଲଣ୍ଡ: ଜନି ବେୟାରଷ୍ଟୋ, ଡେଭିଡ ମଲାନ, ଜୋ ରୁଟ, ବେନ ଷ୍ଟୋକ୍ସ, ଜୋସ ବଟଲର (ୱିକେଟ୍ କିପରି/ ଅଧିନାୟକ), ଲିଆମ ଲିଭିଙ୍ଗଷ୍ଟୋନ, ମୋଇନ ଅଲି, କ୍ରିସ ୱୋକସ, ଡେଭିଡ ୱିଲି, ଆଦିଲ ରସିଦ, ମାର୍କ ଉଡ୍।

Share
Tags: EnglandIndia