ଲଣ୍ଡନ,୯।୫(ପି.ଟି.): ଇଂଲିଶ ଚାମ୍ପିୟନ୍ସ ଲିଗ୍ ଫାଇନାଲ ଏବେ ଇଂଲଣ୍ଡରେ ଆୟୋଜନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତୁର୍କୀ କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଇଂଲଣ୍ଡକୁ ରେଡ୍ ଲିଷ୍ଟରେ ସାମିଲ କରିଛି। ଇଂଲଣ୍ଡ ଉପରେ ଅତ୍ୟାବଶ୍ୟକ ଯାତ୍ରା ଉପରେ ନୂଆ କଟକଣା ଲାଗୁ କରିଛି। ଫଳରେ ଏହି ହାଇପ୍ରୋଫାଇଲ ଫାଇନାଲ ମ୍ୟାଚ୍ ଇଂଲଣ୍ଡରେ ଆୟୋଜନ କରାଯିବାର ସମ୍ଭାବନା ସୃଷ୍ଟି ହୋଇଛି।
ମେ’ ୨୯ ତାରିଖରେ ଚେଲିସି ଓ ମାଞ୍ଚେଷ୍ଟରସିଟି ତୁର୍କୀର ଇସ୍ତାନବୁଲ୍ରେ ଟାଇଟଲ ପାଇଁ ଫାଇନାଲ ମ୍ୟାଚ୍ରେ ଅବତୀର୍ଣ୍ଣ ହେବାର କାର୍ଯ୍ୟକ୍ରମ ରହିଛି। ୟୁରୋପିଆନ ଫୁଟ୍ବଲ ସେସନରେ ଏହା ସର୍ବବୃହତ୍ କ୍ଲବ ମ୍ୟାଚ୍ ବିବେଚିତ ହେଉଛି। ଏହି ମ୍ୟାଚ୍ ଦେଖିବାକୁ ୧୦,୦୦୦ ଲୋକଙ୍କୁ ଅନୁମିତ ଦିଆଯିବାର କାର୍ଯ୍ୟକ୍ରମ ରହିଛି। ତେବେ ତୁର୍କୀ ନ ଯିବାକୁ ବ୍ରିଟିଶ ସରକାର ସମର୍ଥକଙ୍କ ପରାମର୍ଶ ଦେଇଛି। ଫାଇନାଲ ମ୍ୟାଚ୍ ଆୟୋଜନ ନେଇ ଲିଗ୍ ଆୟୋଜକ ୟୁଇଏଫ୍ଏ ସହିତ ଇଂଲିଶ ଫୁଟ୍ବଲ ଆସୋସିଏଶନ ଆଲୋଚନା ଜାରି ରଖିଛି।