Categories: ଖେଳ

ଦକ୍ଷିଣ ଆଫ୍ରିକା ବୋଲିଂ ସମ୍ମୁଖରେ ଇଂଲଣ୍ଡ ଧରାଶାୟୀ, ୨୨୯ ରନରେ ଜିତିଲା ଦକ୍ଷିଣ ଆଫ୍ରିକା…

ମୁମ୍ବାଇ,୨୧।୧୦ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ବିଶ୍ୱକପ କ୍ରିକେଟର ୨୦ ତମ ମ୍ୟାଚରେ ଇଂଲଣ୍ଡକୁ ଦକ୍ଷିଣ ଆଫ୍ରିକା ୨୨୯ ରନରେ ପରାଜିତ କରିଛି। ଦକ୍ଷିଣ ଆଫ୍ରିକା ବୋଲିଂ ସମ୍ମୁଖରେ ଇଂଲଣ୍ଡ ଧରାଶାୟୀ ହୋଇଛି।
ମ୍ୟାଚରେ ଟସ ଜିତି ଇଂଲଣ୍ଡ ଅଧିନାୟକ ଜୋସ ବଟଲର ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦକ୍ଷିଣ ଆଫ୍ରିକା ଦଳ ଅଧିନାୟକ ଆଡେନ ମାର୍କମଙ୍କ ନେତୃତ୍ୱରେ ବ୍ୟାଟି କରି ଧାର୍ଯ୍ୟ ୫୦ ଓଭରରେ ୭ ଓ୍ବିକେଟ ହରାଇ ୩୯୯ ରନ କରିଥିଲା। ଫଳରେ ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୪୦୦ ରନ ରହିଥିଲା।

ଇଂଲଣ୍ଡ ୨୨ ଓଭରରେ ୧୦ ଓ୍ବିକେଟ ହରାଇ ୧୭୦ ରନ କରିଥିଲା। ଇଂଲଣ୍ଡ ପକ୍ଷରୁ ମାର୍କ ଉଡ ଏବଂ ଗସ ଆଟିକସନ ୩୦ ରନ ଉପରେ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୩୦ ରନ ଇପି ନ ଥିେଊ। ମାର୍କ ଉଡ ୪୩ ରନ କରିଥିବାବେଳେ ଗସ ଆଟିକସନ ୩୫ ରନ କରିଥିଲେ। ୫ ବ୍ୟାଟ୍ସମ୍ୟାନ ୨୦ରୁ କମ ରନ କରିଥିଲେ ୩ ଜଣ ବ୍ୟାଟ୍ସମ୍ୟାନ ୧୦ ଟପି ନ ଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ରିଜ ହେଣ୍ଡରିକ ୮୫ ରନ କରିଥିବାବେଳେ ରାଶି ଭାନେ ଡେର ଦୁସେନ ୬୦ ରନ, ହେନରିଚ କ୍ଲାସେନ ୧୦୯, ମାର୍କୋ ଜାନସେନ ୭୫ ରନ କରିଥିଲେ।

Share