Advertisement

ଇଂଲଣ୍ଡ ମୁଖ୍ୟ କୋଚ୍‌ ପଦରୁ ବିଦା ହେଲେ ସିଲଭରଉଡ୍‌

ଲଣ୍ଡନ,୪।୨: ଇଂଲଣ୍ଡର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି କ୍ରିସ ସିଲଭରଉଡ୍‌। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଆଶେସ ସିରିଜରେ ଇଂଲଣ୍ଡର ଲଜ୍ଜାଜନକ ପ୍ରଦର୍ଶନ ପରେ ତାଙ୍କୁ କୋଚ୍‌ ପଦ ଛାଡ଼ିବା ନେଇ କୁହାଯାଇଥିଲା। ଶେଷରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏହାପରେ ତାଙ୍କ ସ୍ଥାନ କିଏ ନେବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ପଦ ଲାଗି ଗ୍ୟାରୀ କ୍ରିଷ୍ଟନ, ପୂର୍ବତନ ଇଂଲିଶ ଅଧିନାୟକ ଆଲେକ୍ସ ଷ୍ଟଓ୍ବୋର୍ଟ ଓ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂଙ୍କ ନାମ ବିଚାର କରାଯାଥିବା କୁହାଯାଉଛି।

ପ୍ରକାଶ ଯେ, ଦିନକ ପୂର୍ବରୁ ଇଂଲଣ୍ଡ ପୁରୁଷ କ୍ରିକେଟର୍‌ ଏମ୍‌ଡି ପଦରୁ ଆଶେଲ ଗିଲ୍ସଙ୍କୁ ବହିଷ୍କାର କରାଯାଇଥିଲା। ୨୦୧୯ରେ ସେ ସିଲଭରଉଡଙ୍କୁ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦେଇଥିଲେ। ହେଲେ ଆଶେସ ସିରିଜକୁ ଇଂଲଣ୍ଡ ୦-୪ରେ ହାରିବା ସହ ବିଗତ ୧୪ ଟେଷ୍ଟ ମ୍ୟାଚ୍‌ରୁ ଦଳ ମାତ୍ର ଗୋଟିଏରେ ଜିତିବା ସିଲଭରଉଡଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share