Categories: ଖେଳ

ହାତରେ କଳା ପଟି ବାନ୍ଧି ଫାଇନାଲ ଖେଳୁଛନ୍ତି ଇଂଲଣ୍ଡ ଖେଳାଳି

ମେଲବୋର୍ନ,୧୩।୧୧: ପାକିସ୍ତାନ ବିପକ୍ଷରେ ଟି୨୦ ବିଶ୍ୱକପ୍‌ ୨୦୨୨ର ଫାଇନାଲ ମୁକାବିଲା ଖେଳୁଛି ଇଂଲଣ୍ଡ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଖେଳାଳି ହାତରେ କଳା ପଟି ବାନ୍ଧି ଖେଳୁଥିବା ଦେଖାଯାଇଛି। ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଇଂଲଣ୍ଡ ଖେଳାଳିମାନେ ପୂର୍ବତନ କିମ୍ବଦନ୍ତୀ ଖେଳାଳି ଡେଭିଡ୍‌ ଇଂଲିଶଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଇଂଲଣ୍ଡ ଫାଇନାଲ ଖେଳିବାର ଗୋଟିଏ ଦିନ ପୂର୍ବରୁ ଡେଭିଡ୍‌ଙ୍କ ପରଲୋକ ଘଟିଛି। ୭୬ ବର୍ଷରେ ହୃଦ୍‌ଘାତ ହେବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ଡେଭିଡ୍‌ ଇଂଲଣ୍ଡ କ୍ରିକେଟରେ ବଡ ଯୋଗଦାନ ଦେଇଛନ୍ତି। ୧୫ ବର୍ଷରୁ କମ୍‌ କ୍ରିକେଟ ପ୍ରତିଯୋଗିତା ବନବୁରୀ ଫେଷ୍ଟିଭାଲ ମାଧ୍ୟମରେ ସେ ଅନେକ ଖେଳାଳିଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେଇଥିଲେ। ଏହି ପ୍ରତିଯୋଗିତା ଇଂଲଣ୍ଡକୁ ୧୦୦୦ରୁ ଅଧିକ ଘରୋଇ ଏବଂ ୧୨୫ ଅନ୍ତର୍ଜାତୀୟ କ୍ରିକେଟର ଦେଇଛି। ବିଶେଷକରି ଚଳିତ ବିଶ୍ୱକପ୍‌ ଖେଳୁଥିବା ଟିମ୍‌ରେ ସମାନ ଇଭେଣ୍ଟରେ ଆଗକୁ ବଢ଼ିଥିବା କିଛି ଖେଳାଳି ମଧ୍ୟ ଖେଳୁଛନ୍ତି।

Share