ପୁଣେ,୮।୧୧: ବିଶ୍ୱକପ ୨୦୨୩ର ୪୦ତମ ମ୍ୟାଚରେ ଇଂଲଣ୍ଡ ଏବଂ ନେଦରଲାଣ୍ଡ୍ସ ମଧ୍ୟରେ ପୁଣେ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଛି। ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ୫୦ ଓଭରରେ ୯ ଉଇକେଟ ହରାଇ ଇଂଲଣ୍ଡ ୩୩୯ ରନ ସଂଗ୍ରହ କରିଛି। ଫଳରେ ଜିତିବା ପାଇଁ ନେଦରଲାଣ୍ଡ୍ସକୁ ୩୪୦ ରନ ଆବଶ୍ୟକ।
ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ଚମତ୍କାର ଶତକ ହାସଲ କରିଥିଲେ। ବେନ ଷ୍ଟୋକ୍ସ ୮୪ ବଲରେ ୧୦୮ ରନ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ୬ଟି ଚୌକା ଓ ୬ ଛକା ମାରିଥିଲେ। ଏହାପୂର୍ବରୁ ଓପନର୍ ଡେଭିଡ ମଲାନ ୭୪ ବଲରେ ୮୭ ରନ ସଂଗ୍ରହ କରିଥିଲେ। ଏହା ବ୍ୟତୀତ କ୍ରିସ ୱୁକସ ୪୫ ବଲରେ ୫୧ ରନ ସଂଗ୍ରହ କରିଥିଲେ। ନେଦରଲାଣ୍ଡ୍ସ ପକ୍ଷରୁ ବାସ ଡି ଲିଡେ ସର୍ବାଧିକ ୩ ଉଇକେଟ ନେଇଥିଲେ। ଆର୍ଯ୍ୟନ ଦତ୍ତ ଏବଂ ଲୋଗାନ ୱାନ ୱିକ ୨ଟି ଲେଖାଏ ଉଇକେଟ୍ ନେଇଥିଲେ।