ଅହମ୍ମଦାବାଦ,୧୮।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଖେଳାଯିବାକୁ ଥିବା ୪ର୍ଥ ଟି୨୦ ମ୍ୟାଚ୍ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ ଟସ୍ ଜିତି ପୁଣି ଥରେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ତେବେ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି। ଆହତ ସମସ୍ୟା ଯୋଗୁ ଇଶାନ କିଷାନ ବାଦ୍ ପଡ଼ିଛନ୍ତି। ତାଙ୍କ ବଦଳରେ ସୁର୍ଯ୍ୟକୁମାର ଯାଦବ ଖେଳିବେ। ୟୁଜବେନ୍ଦ୍ର ଚହଲଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ରାହୁଲ ଚହରଙ୍କ ମିଳିଛି ସୁଯୋଗ।
ଭାରତୀୟ ଦଳ: ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି (ଅଧିନାୟକ), ସୁର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ଉଇକେଟକିପର), ଶ୍ରେୟାସ ଆୟାର, ହାର୍ଦ୍ଦିକ ପାଣ୍ଡ୍ୟା, ଓ୍ବାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଭୁବନେଶ୍ୱର କୁମାର ଓ ରାହୁଲ ଚହର।