Advertisement
Categories: Home Leftଖେଳ

ପ୍ରଥମେ ବ୍ୟାଟିଂ କରିବ ଭାରତ

ଅହମ୍ମଦାବାଦ,୧୨।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ଆଗ ବ୍ୟାଟିଂ କରିବ। ଭ୍ରମଣକାରୀ ଦଳର ଅଧିନାୟକ ଇଆନ ମୋର୍ଗାନ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନେଇଛନ୍ତି ନିଷ୍ପତ୍ତି।

ବରିଷ୍ଠ ଓପନର ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ବଦଳରେ ଲୋକେଶ ରାହୁଲଙ୍କ ସହ ଶିଖର ଧାଓ୍ବନ ଓପନିଂ କରିବେ। ଏହା ବ୍ୟତୀତ ଦଳରେ ଋଷଭ ପନ୍ତ ଓ ଭୁବନେଶ୍ୱର କୁମାରଙ୍କୁ ଯାଗା ଦିଆଯାଇଛି।

ଭାରତୀୟ ଦଳ : ଲୋକେଶ ରାହୁଲ, ଶିଖର ଧାଓ୍ବନ, ବିରାଟ କୋହଲି (ଅଧିନାୟକ), ଶ୍ରେୟାସ ଆୟର, ଋଷଭ ପନ୍ତ (ଉଇକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଓ୍ବାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଶାର୍ଦ୍ଦୁଳ ଠାକୁର ଓ ୟୁଜଭେନ୍ଦ୍ର ଚହଲ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel