ଭୁବନେଶ୍ୱର,୭।୧୦(ଅନୁରାଧା ମହାରଣା): ଅକ୍ଟୋବର ପହିଲାରେ ଇଂଲଣ୍ଡ (ୟୁକେ) ଏହାର ଶେଷ କୋଇଲା ଭିତ୍ତିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ବନ୍ଦ କରି କୋଇଲାରୁ ବିଦ୍ୟୁତ୍ ଉତ୍ପାଦନକୁ ସମ୍ପୂର୍ଣ୍ଣ ରୂପେ ହଟାଇବା କ୍ଷେତ୍ରରେ ଜି୭ ଦେଶ ମଧ୍ୟରେ ପ୍ରଥମ ହୋଇଛି। ୨୦୨୫ରେ କୋଇଲାରୁ ବିଦ୍ୟୁତ୍ ଉପତ୍ାଦନ ପ୍ରକ୍ରିୟା ବନ୍ଦ କରିବା ପାଇଁ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ଏହାର ଏକ ବର୍ଷ ପୂର୍ବରୁ ୟୁକେ ଏହି ଲକ୍ଷ୍ୟ ହାସଲ କରିଛି। ବ୍ରିଟେନରେ ୪ଟି ଦେଶ ଇଂଲଣ୍ଡ, ଉତ୍ତର ଆୟର୍ଲାଣ୍ଡ, ସ୍କଟଲ୍ୟାଣ୍ଡ ଏବଂ ୱେଲ୍ସ ଅର୍ନ୍ତଭୁକ୍ତ ରହିଛି। ୟୁକେ ସମୟକ୍ରମେ ଗ୍ୟାସଆଧାରିତ୍ ବିଦ୍ୟୁତ୍ ଏବଂ ଅଙ୍ଗାରକାମ୍ଳ ନିର୍ଗମନ ଉପରେ ରୋକ୍ ଲଗାଇବା ସହ କୋଇଲା ବ୍ୟବହାରକୁ ହ୍ରାସ କରିଛି। ଅନ୍ୟପଟେ ୨୦୦୦ ମସିହାରୁ ସର୍ବଭାରତୀୟ ସ୍ତରରେ ଯୋଡି ହୋଇଥିବା ୧୫୮୮.୫ ଗିଗାୱାଟ (ଜିଡବ୍ଲ୍ୟୁ)ର ୬୯% ଚାଇନାରୁ ଆସିଛି। ଗ୍ଲୋବାଲ ଏନର୍ଜି ମନିଟରର ତଥ୍ୟ ଅନୁଯାୟୀ ଏହା ସମସ୍ତ ଦେଶ ତୁଳନାରେ ସର୍ବାଧିକ। ସମୁଦାୟ ବିଶ୍ୱ କ୍ଷମତାରେ ୧୨% ଅଭିବୃଦ୍ଧି ସହିତ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ୨୦୦୦ ମସିହାରୁ ଭାରତ ଯୋଗ କରିଥିବା କୋଇଲା କ୍ଷମତା ମଧ୍ୟରୁ ୨୦୧୫ ପ୍ୟାରିସ ଚୁକ୍ତି ପରେ ୨୯ ପ୍ରତିଶତ ଯୋଗ କରାଯାଇଛି। ଏଥି ସହିତ ଚୀନ ଏହି ଅବଧି ମଧ୍ୟରେ ଭାରତ ତୁଳନାରେ ପାଞ୍ଚ ଗୁଣ ଅଧିକ କୋଇଲା କ୍ଷମତା ଯୋଡିଛି। ଜର୍ମାନୀ ୧.୧ ଜିଡବ୍ଲ୍ୟ କୋଇଲା କ୍ଷମତା ଯୋଡିଥିବାବେଳେ ଆମେରିକା ୨୦୧୬ ପରଠାରୁ କୌଣସି ନୂତନ କୋଇଲା ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ନିର୍ମାଣ କରି ନାହିଁ। ବର୍ତ୍ତମାନ ଭାରତରେ ନିର୍ମାଣଧୀନ ୨୯ ଗିଗାଓ୍ବାଟ୍ କୋଇଲା କ୍ଷମତା ମଧ୍ୟରୁ ୮୦ ପ୍ରତିଶତ ତାମିଲନାଡୁ, ଉତ୍ତରପ୍ରଦେଶ, ତେଲେଙ୍ଗାନା, ଝାଡଖଣ୍ଡ, ଛତିଶଗଡ ଏବଂ ଓଡିଶାରେ ପ୍ରସ୍ତୁତ କରାଯାଉଛି। କୋଇଲାରୁ ବିଦ୍ୟୁତ୍ ଉପତ୍ାଦନରୁ ମୁକ୍ତି ପାଇବା ପାଇଁ ଭାରତର ଯୋଜନା ଶିଥିଳ ହୋଇଯାଇଛି। ଆଗାମୀ ୧୫ ବର୍ଷ ମଧ୍ୟରେ କୋଇଲା କ୍ଷମତା ମାତ୍ର ୧ଜିଗାଓ୍ବାଟରୁ କମ କରିବା ପାଇଁ ଯୋଜନା ରହିଛି। ବିକଶିତ ଅର୍ଥନୀତି ଏବଂ ବ୍ରିକ୍ସ ଗୋଷ୍ଠୀର ଅନ୍ୟ ଦେଶ ତୁଳନାରେ ଭାରତର ଏହି ଲକ୍ଷ୍ୟ ବହୁତ କମ ଅଟେ। ଜିଏମର ଗ୍ଲୋବାଲ କୋଇଲା ପ୍ଲାଣ୍ଟ ଟ୍ରାକରର ପ୍ରୋଜେକ୍ଟ ମ୍ୟାନେଜର କ୍ରିଷ୍ଟାଇନ୍ ଶିଅର୍ କହିଛନ୍ତି ଯେ, ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି ଅନୁଯାୟୀ ଭାରତ ସରକାର କୋଇଲା ଉତ୍ପାଦନକୁ ବିସ୍ତାର କରିବାକୁ ଯୋଜନା କରୁଛନ୍ତି ଅନ୍ୟପଟେ ୨୦୪୦ ସୁଦ୍ଧା ଦେଶ କୋଇଲା ବ୍ୟବହାର ବୃଦ୍ଧି ପାଇବ ନାହିଁ ବୋଲି କହିଛି। ପ୍ୟାରିସ ଜଳବାୟୁ ଚୁକ୍ତି ଅନୁଯାୟୀ, କୋଇଲାରୁ ଶକ୍ତି ଉତ୍ପାଦନ ୨୦୪୦ ସୁଦ୍ଧା ସର୍ବଭାରତୀୟ ସ୍ତରରେ ଶେଷ ହେବା ଉଚିତ୍।