Posted inଖେଳ

ଓମାନକୁ ୮ ଉଇକେଟରେ ହରାଇଲା ଇଂଲଣ୍ଡ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ), ୧୫ା୬ (ଏପି): ଚଳିତ ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ର ଗ୍ରୁପ୍‌ ‘ବି’ରେ ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚରେ ଆଦିଲ ରଶିଦ୍‌ (୪/୧୧)ଙ୍କ ବୋଲିଂ ସଫଳତାକୁ ପାଥେୟ କରି ଇଂଲଣ୍ଡ ୮ଉଇକେଟରେ ଓମାନକୁ ପରାସ୍ତ କରି ସୁପର-୮ ପାଇଁ ଏହାର ଆଶାକୁ ଉଜ୍ଜୀବିତ ରଖିଛି। ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ କରିଥିବା ଓମାନ ୧୩.୨ ଓଭରରେ ୪୭ ରନ କରି ଅଲଆଉଟ ହୋଇଯାଇଥିଲା। ଦଳର ଟପ୍‌ ସ୍କୋରର ସୋଏବ ଖାନ୍‌ ମାତ୍ର ୧୧ ରନ କରିଥିବା ବେଳେ ଅନ୍ୟ କେହି ଦୁଇ ଅଙ୍କ ସ୍ପର୍ଶ କରିପାରି ନ ଥିଲେ। ରଶିଦଙ୍କ ବ୍ୟତୀତ ଚମତ୍କାର ବୋଲିଂ କରିଥିବା ଅନ୍ୟ ଦୁଇ ବୋଲର ଜୋଫ୍ରା ଆର୍ଚର ଓ ମାର୍କ ଉଡ୍‌ ପ୍ରତ୍ୟେକ ୧୨ରନ ଲେଖାଏ ଦେଇ ୩ଟି ଲେଖାଏ ଉଇକେଟ ନେଇଥିଲେ। ୪୮ରନର ସହଜ ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୩.୧ ଓଭରରେ ୨ ଉଇକେଟ ବିନିମୟରେ ୫୦ ରନ କରି ବିଜୟୀ ହୋଇଥିଲା। ଅଧିନାୟକ ତଥା ଉଇକେଟକିପର ଜୋସ୍‌ ବଟଲର ୨୪ ରନ କରି ଅପରାଜିତ ରହିଥିଲେ। ଏହି ମ୍ୟାଚ ଇଂଲଣ୍ଡ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ମ୍ୟାଚ ପୂର୍ବରୁ ଦଳର ନେଟ୍‌ ରନ୍‌ରେଟ୍‌ ମାଇନସ ୧.୮୦୦ ରହିଥିଲା। ବର୍ତ୍ତମାନ ଏହା ୩.୦୮ରେ ପହଞ୍ଚତ୍ ଯାଇଥିବା ବେଳେ ସ୍କଟଲାଣ୍ଡ (+୨.୧୬୪)ଠାରୁ ଆଗେଇ ଯାଇଛି। ସ୍କଟଲାଣ୍ଡ ଏହାର ପରବର୍ତ୍ତୀ ମ୍ୟାଚ ୨୦୨୧ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବ। ବର୍ଷା ଯୋଗୁ ମ୍ୟାଚ ଧୋଇଯାଇଥିବାରୁ ସ୍କଟଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରୁ ଇଂଲଣ୍ଡ ଗୋଟିଏ ପଏଣ୍ଟ ପାଇଥିଲା। ଦଳ ପରେ ଅଷ୍ଟ୍ରେଲିଆ ନିକଟରୁ ୩୬ରନରେ ହାରିଯାଇଥିଲା। ଗୁରୁବାର ମ୍ୟାଚରେ ଇଂଲଣ୍ଡ କେବଳ ସହଜ ବିଜୟ ହାସଲ କରି ନାହିଁ ରନ ରେଟ୍‌ ଦୃଷ୍ଟିିରୁ ବେଶ୍‌ ଲାଭବାନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ମହିଳା ଜନ୍ମଦେଲେ ପୁଅ….ସ୍ମୃତିରେ ରହିଗଲା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌

ଜୋହାନ୍ସବର୍ଗ,୨୩।୧୨: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ କ୍ରିକେଟ ବାହାରେ ଏକ ନିଆରା ଅନୁଭୂତି ଥିଲା।...

କୋହଲିଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ: ମାତ୍ର ୧୩୪ ରନ୍‌ କଲେ ଭାଙ୍ଗିବେ ମହାରେକର୍ଡ

ନୂଆଦିଲ୍ଲୀ,୨୩।୧୨: ବିରାଟ କୋହଲି ବର୍ତ୍ତମାନର ଅଷ୍ଟ୍ରେଲିଆ ଗସ୍ତ ଏକ ଶତକରୁ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚରେ ତାଙ୍କ ବ୍ୟାଟ ଚୁପ ରହିଥିଲା।...

ଇତିହାସ ରଚିଲା ପାକିସ୍ତାନ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୨୩।୧୨:ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ଡକ୍‌ୱର୍ଥ-ଲୁଇସ୍‌ ନିୟମ ଅଧୀନରେ ପାକିସ୍ତାନ...

ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୨୨।୧୨: ଜାନୁଆରୀ ୨୨ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଏଥିପାଇଁ ଦଳ...

ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ସିଡନୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ରବିବାର ଅଭ୍ୟାସ ସମୟରେ ରୋହିତଙ୍କ ଆଣ୍ଠୁରେ ଆଘାତ...

Asia Cup 2024: ବାଂଲାଦେଶକୁ ହରାଇ ପ୍ରତିଶୋଧ ନେଲା ଭାରତ

ନୂଆଦିଲ୍ଲୀ,୨୨।୧୨: ଅଣ୍ଡର -୧୯ ମହିଳା ଏସିଆ କପ ୨୦୨୪ରେ ଭାରତୀୟ କ୍ରିକେଟ ଦଳ ବାଂଲାଦେଶକୁ ପରାସ୍ତ କରି ଟାଇଟଲ ଜିତିଛି। ଚଳିତ ବର୍ଷ ଭାରତର ଯୁବ...

କେ ଏଲ୍‌ ରାହୁଲଙ୍କ ପରେ ରୋହିତ ଶର୍ମା ଆହତ, ଟିମ୍‌ ଇଣ୍ଡିଆର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୨୨।୧୨: ବର୍ଡର-ଗାଭାସ୍କର ଟ୍ରଫିରେ ଆଉ ୨ ମୁକାବିଳା ଖେଲାଯିବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଲାଗି ଟୁର୍ନାମେଣ୍ଟ ଗୁରୁତ୍ୱ ରଖୁଥିବାରୁ ଉଭୟ ଟିମ୍‌ ଲାଗି ବିଜୟ ଗୁରୁତ୍ୱ...

ଆପଣ କେରମ ବଲରେ ବୋଲ୍ଡ କରିଦେଲେ, ଆର ଅଶ୍ୱିନଙ୍କ ପାଇଁ ଏମିତି ଲେଖିଲେ ମୋଦି

ନୂଆଦିଲ୍ଲୀ,୨୨।୧୨: ବ୍ରିସବେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ ପରେ ଭାରତୀୟ ଦଳର ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିକଟରେ ଅବସର ନେଇଛନ୍ତି। ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri