Posted inଖେଳ

ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଉଦ୍‌ଘାଟନୀ ମ୍ୟାଚ୍‌

ମୁମ୍ବାଇ, ୨୮ା୬ (ପି.ଟି.): ଦିନିକିଆ କ୍ରିକେଟ ବିଶ୍ୱକପ୍‌- ୨୦୨୩କୁ ୧୦୦ ଦିନ ବାକି ରହିଥିବା ବେଳେ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ପକ୍ଷରୁ ପ୍ରକାଶ ପାଇଛି ଚୂଡାନ୍ତ କାର୍ଯ୍ୟସୂଚୀ। ବିଶ୍ୱର ସର୍ବବୃହତ୍‌ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରୁ ଅକ୍ଟୋବର ୫ ତାରିଖରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ସହ ଟୁର୍ନାମେଣ୍ଟର ବିଗୁଲ ବାଜିବ। ଏହା ସହିତ ୧ ଲକ୍ଷ ୩୨ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମରେ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ଅକ୍ଟୋବର ୧୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇ ଭୋଲ୍‌ଟେଜ୍‌ ମ୍ୟାଚ ମଧ୍ୟ ସମାନ ଷ୍ଟାଡିୟମରେ ଖେଳାଯିବ। ଅହମଦାବାଦରୁ ଆରମ୍ଭ ହୋଇ ଅହମଦାବାଦରେ ଏହି ଟୁର୍ନାମେଣ୍ଟ ସମାପିତ ହେବ। ଦୁଇଟି ସେମିଫାଇନାଲ ମୁମ୍ବାଇର ଓ୍ବାଙ୍ଖଡେ ଓ କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଖେଳାଯିବ। ଅହମଦାବାଦ, ହାଇଦ୍ରାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ ଓ କୋଲକାତା ଭଳି ୧୦ଟି ଭେନ୍ୟୁରେ ସମସ୍ତ ମ୍ୟାଚ୍‌ ଖେଳାଯିବ। ତେବେ ଓ୍ବାର୍ମଅପ୍‌ ମ୍ୟାଚ୍‌ଗୁଡିକ ହାଇଦ୍ରାବାଦ, ଥିରୁଭାନନ୍ତପୁରମ୍‌ ଓ ଗୁଆହାଟୀରେ ଖେଳାଯିବ। ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୩ ତାରିଖ ମଧ୍ୟରେ ସମସ୍ତ ଅଭ୍ୟାସ ମ୍ୟାଚ୍‌ ଖେଳାଯିବ। ଘରୋଇ ମାଟିରେ ବିଶ୍ୱକପ ଖେଳୁଥିବା ଭାରତ ଅକ୍ଟୋବର ୮ରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରୁ ନିଜର ଅଭିଯାନ ଆରମ୍ଭ କରିବ।
ଚଳିତ ବର୍ଷର ବିଶ୍ୱକପ୍‌ରେ ୧୦ ଦଳ ଅଂଶଗ୍ରହଣ କରୁଛନ୍ତି। ଆୟୋଜକ ଦେଶ ଭାବରେ ଭାରତ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ୨୦୨୦-୨୦୨୩ ବିଶ୍ୱକପ୍‌ ସୁପର ଲିଗ୍‌ ମାଧ୍ୟମରେ ସିଧାସଳଖ ଯୋଗ୍ୟତା ହାସଲ କରିଛନ୍ତି। ଜିମ୍ବାଓ୍ବେରେ ଅନୁଷ୍ଠିତ ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରୁ ବାକି ୩ଟି ଦଳ ଯୋଗ୍ୟତା ଅର୍ଜନ କରିବେ। ଚଳିତ ବିଶ୍ୱକପ୍‌ରେ ସମୁଦାୟ ୪୮ ମ୍ୟାଚ୍‌ ଖେଳାଯିବ। ଦୁଇଟି ସେମିଫାଇନାଲ ଓ ଫାଇନାଲ ମୁକାବିଲାକୁ ବାଦ୍‌ ଦେଲେ ପ୍ରତ୍ୟେକ ଦଳ ପରସ୍ପର ସହିତ ରାଉଣ୍ଡ ରବିନ୍‌ ଲିଗ୍‌ ଅନୁସାରେ ୪୫ଟି ମ୍ୟାଚ୍‌ ଖେଳିବେ। ଶେଷ ଥର ପାଇଁ ଭାରତରେ ୨୦୧୧ ବିଶ୍ୱକପ୍‌ ଖେଳା ଯାଇଥିଲା। ଶ୍ରୀଲଙ୍କା ଓ ବାଂଲାଦେଶ ସହିତ ମିଳିତ ଭାବରେ ଏହି ଟୁର୍ନାମେଣ୍ଟ ଆୟୋଜନ ହୋଇଥିବା ବେଳେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ୨୮ ବର୍ଷ ପରେ ଟ୍ରଫି ଜିତିଥିଲା ଭାରତ।
୯ ଭେନ୍ୟୁରେ ଖେଳିବ ଭାରତ: ଚଳିତ ବିଶ୍ୱକପ୍‌ରେ ସମୁଦାୟ ୧୦ ଭେନ୍ୟୁ ରହିଥିବା ବେଳେ ଭାରତୀୟ ଦଳ ଏହା ମଧ୍ୟରୁ ୯ଟି ଭେନ୍ୟୁରେ ଖେଳିବ । ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ପାକିସ୍ତାନ ବିପକ୍ଷରେ ଦଳ ଏହାର ପ୍ରଥମ ୩ ମ୍ୟାଚ୍‌ ଖେଳିବ । ୧୨ ବର୍ଷ ଧରି ଆଇସିସି ଇଭେଣ୍ଟରେ ଟାଇଟଲ ଶୂନ୍ୟ ରହିଥିବା ଭାରତ ରୋହିତ ଶର୍ମାଙ୍କ ନେତୃତ୍ୱରେ ଏହା ଭାଙ୍ଗିବାକୁ ପ୍ରୟାସ କରିବ ।
ଟାଇବିଶ୍ୱକପରେ ଅଷ୍ଟ୍ରେଲିଆ ଅନ୍ୟତମ ଶକ୍ତିଶାଳୀ ଦଳ ରହିଥିବା ବେଳେ ସର୍ବାଧିକ ଥର ଟାଇଟଲ ମଧ୍ୟ ଜିତିଛି। ଆଫଗାନିସ୍ତାନର ସ୍ପିନ୍‌ ବିଭାଗ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଆକ୍ରମଣ ହୋଇଥିବା ବେଳେ ପାକିସ୍ତାନ ବିପକ୍ଷରେ ମଧ୍ୟ ଦଳ ଆଉ ଅପରାଜେୟ ନାହିଁ। ଘରୋଇ ମାଟିରେ ପାକିସ୍ତାନ ବିପକ୍ଷରେ ଭାରତକୁ ଏହାର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri