Categories: ଖେଳ

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସିଖବର, ଆଇପିଏଲ୍‌ ୨୦୨୩ରେ ଖେଳିବେ ଏହି ଘାତକ ବୋଲର୍‌!

ନୂଆଦିଲ୍ଲୀ,୧୯।୧୧: ଇଂଲଣ୍ଡର ତାରକା ଫାଷ୍ଟ ବୋଲର୍‌ ଜୋଫ୍ରା ଆର୍ଚରଙ୍କୁ ଆଇପିଏଲ୍‌ ୨୦୨୨ ମେଗା ନିଲାମରେ ୮ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) କିଣିଥିଲା। ମାତ୍ର ଆହତ ସମସ୍ୟା ଯୋଗୁ ଗତ ସିଜନ୍‌ରେ ସେ ଖେଳିପାରି ନ ଥିଲେ। ଏବେ କିନ୍ତୁ ମୁମ୍ବାଇ ପାଇଁ ଖୁସି ଖବର। ଆର୍ଚର ଶୀଘ୍ର ସୁସ୍ଥ ହେଉଥିବା ବେଳେ ଆଇପିଏଲ୍‌ର ଆଗାମୀ ସଂସ୍କରଣରେ ଖେଳିବାର ସମ୍ଭାବନା ରହିଛି।

ଆର୍ଚର ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ଦିନିକିଆ ବିଶ୍ୱକପ୍‌ ୨୦୧୯କୁ ଜିତାଇବାରେ ସେ ଇଂଲଣ୍ଡ ଟିମ ପକ୍ଷରୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୧୮ରେ ସେ ଆଇପିଏଲ୍‌ରେ ଡେବ୍ୟୁ କରିଥିଲେ। କୌଣସି ପରିସ୍ଥିତିରେ ଉଇକେଟ ନେବାକୁ ନେଇ ସେ ଜଣାଶୁଣା। ଏଯାବତ ସେ ୩୫ ମ୍ୟାଚ୍‌ ଖେଳିଥିବା ବେଳେ ୪୬ ଉଇକେଟ ନେଇଛନ୍ତି।

Share