Posted inଖେଳ

ଇଂଲଣ୍ଡ ଖେଳାଳି ଆଇପିଏଲ୍‌ର ବାକି ମ୍ୟାଚ୍‌ରେ ସାମିଲ ନ ହୋଇପାରନ୍ତି

ଲଣ୍ଡନ,୧୨।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଅନିର୍ଦ୍ଦିଷ୍ଟ କାଳ ପାଇଁ ସସ୍‌ପେଣ୍ଡ ହୋଇଛି। ତେବେ ଆଇପିଏଲ୍‌ର ବାକି ମ୍ୟାଚ୍‌ଗୁଡିକ ପୁଣିଥରେ ଆୟୋଜନ ହେଲେ ଇଂଲଣ୍ଡ ଖେଳାଳିମାନେ ଏଥିରେ ସାମିଲ ହୋଇପାରିବେ ନାହିଁ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଡାଇରେକ୍ଟର ଅଫ୍‌ କ୍ରିକେଟ ଆଶଲେ ଜାଇଲ୍ସ କହିଛନ୍ତି। ବ୍ୟସ୍ତବହୁଳ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ପାଇଁ ଏପରି ଆଶଙ୍କା ରହିଛି ବୋଲି ସେ କହିଛନ୍ତି।
ବାୟୋବବଲରେ କୋଭିଡ୍‌-୧୯ର ଏକାଧିକ ସଂକ୍ରମଣ କାରଣରୁ ଆଇପିଏଲ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସସ୍‌ପେଣ୍ଡ କରାଯାଇଥିଲା। ଆଇପିଏଲ୍‌ର ପୁନଃ ଆୟୋଜନ ପାଇଁ ଏବେ ଦୁଇଟି ଓ୍ବିଣ୍ଡୋ ଉପଲବ୍ଧ। ଗୋଟିଏ ହେଲା ସେପ୍ଟେମ୍ବରର ଦ୍ୱିତୀୟାର୍ଦ୍ଧ ଓ ଟି୨୦ ବିଶ୍ୱକପ୍‌ (ଅକ୍ଟୋବର- ନଭେମ୍ବର) ମଧ୍ୟରେ। ଅନ୍ୟଟି ହେଲା ନଭେମ୍ବର ମାସର ମଝାମଝି ପରେ। କିନ୍ତୁ ଏହି ଦୁଇ ସମୟ ଅବଧିରେ ଇଂଲଣ୍ଡ କ୍ରିକେଟ ଦଳ ଅନ୍ୟ ସିରିଜ ଖେଳିବାରେ ବ୍ୟସ୍ତ ରହିଥିବ। ସେପ୍ଟେମ୍ବର ଓ ଅକ୍ଟୋବରରେ ଇଂଲଣ୍ଡ ବାଂଲାଦେଶ ଓ ପାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛ। ପୁଣି ଟି୨୦ ବିଶ୍ୱକପ୍‌ ପରେ ଅଷ୍ଟ୍ରେଲିଆ ଆଶେସ ଖେଳିବାରେ ବ୍ୟସ୍ତ ରହିଥିବ। ଆମ ପାଖରେ ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ (ଏଫ୍‌ଟିପି)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ରହିଛି ବୋଲି ଜାଇଲ୍ସ କହିଛନ୍ତି। ଆଇପିଏଲ୍‌ର ବିଭିନ୍ନ ଫ୍ରାଞ୍ଚାଇଜ୍‌ରେ ୧୧ଜଣ ଇଂଲଣ୍ଡ କ୍ରିକେଟର ସାମିଲ ରହିଛନ୍ତି। ଟି୨୦ ବିଶ୍ୱକପ୍‌, ଆଶେସ ଓ ଅନ୍ୟ ହାଇପ୍ରୋଫାଇଲ ଇଭେଣ୍ଟ କାରଣରୁ ଇଂଲଣ୍ଡ ଖେଳାଳି ଆଇପିଏଲ୍‌ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ତେବେ ଆଇପିଏଲର ବାକିଥିବା ମ୍ୟାଚ୍‌ଗୁଡିକ ସ୍ଥିରୀକୃତ ହେବା ପରେ ଯାହା କିଛି କୁହାଯାଇପାରିବ। ଅବଶ୍ୟ ଏ ନେଇ କୌଣସି ଅନ୍ତିମ ନିଷ୍ପତ୍ତି ନିଆଯାଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଛାଡପତ୍ର ଖବର ମଧ୍ୟରେ ଚହଲଙ୍କର ଆସିଲା ପ୍ରଥମ ପ୍ରତିକ୍ରିୟା, କହିଲେ…

ନୂଆଦିଲ୍ଲୀ,୭।୧: କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କଠାରୁ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ଛାଡପତ୍ର ଖବର ଚର୍ଚ୍ଚାରେ ରହିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଦୁହେଁ ପରସ୍ପରକୁ ମଧ୍ୟ ଅନଫଲୋ...

ଓଡ଼ିଶା ୩ ବର୍ଷ ପାଇଁ ଭାରତୀୟ ଖୋ ଖୋ ଦଳର ପ୍ରାୟୋଜକ

ଭୁବନେଶ୍ୱର,୭ା୧(ତପନ ସ୍ବାଇଁ): ସ୍ବଦେଶୀ କ୍ରୀଡ଼ାକୁ ପ୍ରୋତ୍ସାହିତ ଦେବା ଲାଗି ଭାରତୀୟ ଜାତୀୟ ଖୋ ଖୋ ଟିମ୍‌ ପାଇଁ ଓଡ଼ିଶା ୩ ବର୍ଷ ସକାଶେ ପ୍ରାୟୋଜକ ହୋଇଛି।...

ଇଂଲଣ୍ଡ ସିରିଜ ପୂର୍ବରୁ ଭାରତକୁ ବଡ଼ ଝଟକା: ଜାଣନ୍ତୁ କେବେ ଫେରିବେ ବୁମ୍‌ରା

ମୁମ୍ବାଇ,୬ା୧: ଆଗାମୀ ଇଂଲଣ୍ଡ ସିରିଜ ଭାରତକୁ ଲାଗିଛି ବଡ ଝଟକା। ଅଷ୍ଟ୍ରେଲିଆ ଗସ୍ତର ଶେଷ ମୁକାବିଲାରେ ଜଶପ୍ରୀତ ବୁମ୍‌ରା ଆହତ ହୋଇଥିବା ବେଳେ ଏବେ ଆଗାମୀ...

ରୋହିତଙ୍କ ଉତ୍ତରାଧିକାରୀ ହେବେ କିଏ? ରେସ୍‌ରେ ଏହି ୩ ନାଁ

ନୂଆଦିଲ୍ଲୀ,୬।୧: ଅଷ୍ଟ୍ରେଲିଆଠାରୁ ଟେଷ୍ଟ ସିରିଜ ହାରିବା ପରେ ଭାରତୀୟ କ୍ରିକେଟ ଦଳ ଏକ ନୂଆ ସଙ୍କଟରେ ପଡ଼ିଥିବା ଜଣାପଡିଛି। ଟିମ ଇଣ୍ଡିଆ ନୂଆ ଅଧିନାୟକ ଆବଶ୍ୟକ...

ଏହି ମିଷ୍ଟ୍ରିଗର୍ଲଙ୍କ ପାଇଁ ଚହଲ-ଧନଶ୍ରୀ ମଧ୍ୟରେ ହେବାକୁ ଯାଉଛି ଛାଡପତ୍ର!

ମୁମ୍ବାଇ,୬।୧:ଦୀର୍ଘ ଦିନ ଧରି ଟିମ ଇଣ୍ଡିଆରୁ ବାଦ୍‌ ପଡ଼ିଥିବା ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ବ୍ୟକ୍ତିଗତ ଜୀବନରେ ସବୁକିଛି ଠିକ ଚାଲିନାହିଁ। ତାଙ୍କ ସ୍ତ୍ରୀ ଧନଶ୍ରୀ ଧର୍ମେନ୍ଦ୍ରଙ୍କ...

ଆୟର୍ଲାଣ୍ଡ ବିପକ୍ଷ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଳୀ,୬।୧: ଜାନୁଆରୀ ୧୦ରୁ ଭାରତୀୟ ମହିଳା ଦଳ ଆୟର୍ଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳିବ। ଭାରତରେ କ୍ରିକେଟ ବୋର୍ଡ ଅଫ କ୍ରିକେଟ ଏହି ସିରିଜ ପାଇଁ...

ଅନ୍ତର୍ଜାତୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌ ଚାମ୍ପିଅନଶିପ୍‌: ପ୍ରତିନିଧିତ୍ୱ କରି ଫେରିଲେ କନ୍ଧମାଳର ପ୍ରୀତମ ପ୍ରଧାନ

ରାଇକିଆ,୬ା୧(ପ୍ରଦୀପ ବେହେରା): ନେପାଳରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌ ଚାମ୍ପିଅନଶିପ୍‌ରେ ଭାରତ ତରଫରୁ ପ୍ରତିନିଧିତ୍ୱ କରି ଫେରିଛନ୍ତି କନ୍ଧମାଳ ଜିଲା ରାଇକିଆର ପ୍ରୀତମ ପ୍ରଧାନ।...

ବିଶ୍ୱରେକର୍ଡ କଲେ ଅଷ୍ଟ୍ରେଲିଆ ଅଧିନାୟକ: ବିଶ୍ୱର ପ୍ରଥମ କ୍ରିକେଟର୍‌ ଭାବେ କଲେ ଏମିତି କାରନାମା

ସିଡନୀ,୬।୧: ପ୍ୟାଟ କମିନ୍ସଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ୨୦୨୪-୨୫ରେ ବର୍ଡର-ଗାଭାସ୍କର ଟ୍ରଫି ଜିତିଥିଲା। ଏହି ବିଜୟ ସହିତ, ପ୍ୟାଟ କମିନ୍ସ ଇତିହାସ ସୃଷ୍ଟି କରିଛନ୍ତି ଏବଂ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri