Posted inଖେଳ

କ୍ରମାଗତ ଦ୍ୱିତୀୟ ଥର ୟୁରୋ କପ ଫାଇନଲରେ ଇଂଲଣ୍ଡ

ଡର୍ଟମୁଣ୍ଡ,୧୧ା୭: ୟୁରୋ କପ୍‌ ୨୦୨୪ ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ। ଓଲି ଓ୍ବାଟକିନ୍ସଙ୍କ ଲେଟ୍‌ ଗୋଲ ବଳରେ ଦଳ ୨-୧ରେ ନେଦରଲାଣ୍ଡ୍ସକୁ ହରାଇ କ୍ରମାଗତ ଦ୍ୱିତୀୟ ଥର ୟୁରୋ କପ ଫାଇନଲରେ ପ୍ରବେଶ କରିଛି।

ମ୍ୟାଚ୍‌ର ୮୧ ତମ ମିନିଟରେ ଇଂଲଣ୍ଡ କୋଚ୍‌ ଗାରେଥ ସାଉଥଗେଟ ଏକ ସାହସିକ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ହ୍ୟାରୀ କେନ୍‌ଙ୍କୁ ସବ୍‌ଷ୍ଟିଚ୍ୟୁଟ କରି ତାଙ୍କ ସ୍ଥାନରେ ଓଲି ଓ୍ବାଟକିନ୍ସଙ୍କୁ ଖେଳାଇଥିଲେ। ୮୯.୫୯ ସେକେଣ୍ଡରେ ଓ୍ବାଟକିନ୍ସ ଗୋଲ କରିବା ସହ ଇଂଲଣ୍ଡକୁ ଫାଇନାଲରେ ପହଞ୍ଚାଇ ଥିଲେ।

ୟୁରୋ ୨୦୨୪ରେ ରାଉଣ୍ଡ ଅଫ୍‌ ୧୬ ମ୍ୟାଚ୍‌ରେ ସ୍ଲୋଭାକିଆକୁ ଅତିରିକ୍ତ ସମୟରେ ଓ କ୍ୱାର୍ଟର ଫାଇନାଲରେ ସୁଇଜରଲାଣ୍ଡକୁ ପେନାଲ୍ଟି ଶୁଟ ଆଉଟରେ ପରାସ୍ତ କରିଥିଲା ଇଂଲଣ୍ଡ। ଅନ୍ତିମ ୧୦ ମିନିଟରେ ସାଉଥ୍‌ଗେଟ୍‌ କୋଲ୍‌ ପାଲମର ଓ ଓଲି ଓ୍ବାଟକିନ୍ସଙ୍କୁ ସାମିଲ କରିବାର ଯେଉଁ ଜୁଆ ଖେଳିଥିଲେ ତାହା ସଫଳ ହୋଇଥିଲା।

ମ୍ୟାଚ୍‌ରେ ଇଂଲଣ୍ଡ ୫୯ ପ୍ରତିଶତ ସମୟ ବଳ୍‌ ନିୟନ୍ତ୍ରଣରେ ରଖିଥିଲା। ନେଦରଲାଣ୍ଡ୍ସ ପକ୍ଷରୁ ଜାଭି ସିମନ୍ସ ସପ୍ତମ ମିନିଟରେ ପ୍ରଥମ ଗୋଲ ଦେଇଥିଲେ। ଚଳିତ ୟୁରୋରେ ଏହା ତାଙ୍କର ପ୍ରଥମ ଗୋଲ ଥିଲା। ୪୦ ୟାର୍ଡ ଦୂରରୁ ସେ ଏହି ଶଟ୍‌ ମାରିଥିଲେ।

ତେବେ ଏହାର ୧୧ ମିନିଟ ମଧ୍ୟରେ ଇଂଲଣ୍ଡ ଅଧିନାୟକ ହ୍ୟାରୀ କେନ୍‌ ଏହି ଗୋଲ ପରିଶୋଧ କରିଥିଲେ। ୧୮ ତମ ମିନିଟରେ ଇଂଲଣ୍ଡକୁ ଏକ ପେନାଲ୍ଟି ମିଳିଥିଲା। ଏଥିରୁ ସ୍କୋର କରିବା ସହ ମ୍ୟାଚ୍‌କୁ ସମାନ୍ତର ସ୍ଥିତିକୁ ଆଣିଥିଲେ କେନ୍‌। ପ୍ରଥମାର୍ଦ୍ଧରେ ମ୍ୟାଚ୍‌ ୧-୧ ସ୍ଥିତିରେ ରହିଥିଲା। ଦ୍ୱିତୀୟାର୍ଦ୍ଧ ଶେଷ ହେବାର ଠିକ୍‌ ପୂର୍ବରୁ କୋଲ୍‌ ପାଲମରଙ୍କ ଆସିଷ୍ଟରେ ଓଲି ଓ୍ବାଟକିନ୍ସ ଏକ ଗୋଲ ଦେଇ ଦଳକୁ ବିଜୟୀ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଙ୍କଟରେ ଟିମ୍‌ ଇଣ୍ଡିଆ: ସ୍ପିନ୍‌ ଖେଳିବାରେ ବିଫଳ

ପୁଣେ, ୨୬।୧୦:କ୍ୱାଲିଟି ସ୍ପିନ୍‌ ବୋଲିଂକୁ ମୁକାବିଲା କରିବାରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପଦାରେ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୫୬...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୨୬।୧୦:ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦିଲ୍ଲୀ ସ୍ପିଡ୍‌ଷ୍ଟର ହର୍ଷିତ ରାଣା ଓ ଆନ୍ଧ୍ର ସିମ୍‌...

ଖୋ ଖୋ ବିଶ୍ୱକପ୍‌ରେ ଭାଗ ନେବେ ୨୪ ଦେଶ

ନୂଆଦିଲ୍ଲୀ, ୨୬ା୧୦: ସ୍ଥାନୀୟ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଆସନ୍ତାବର୍ଷ ଜାନୁଆରୀ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଖୋଖୋ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ...

ବିଶ୍ୱ ଚାମ୍ପିୟନଶିପ୍‌ରେ ଭାଗ ନେବ ଭାରତ

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ଭାରତୀୟ କୁସ୍ତି ଦଳ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବ। ସରକାର ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି। ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ(ଡବ୍ଲ୍ୟୁଏଫ୍‌ଆଇ) ବୁଧବାର ଆଗାମୀ...

ଇତିହାସ ରଚିଲେ ଯଶସ୍ବୀ ଜୟସ୍ବାଲ, ପ୍ରଥମ ଭାରତୀୟ ଭାବେ…

ପୁଣେ,୨୫।୧୦: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଯଶସ୍ବୀ ଜୟସ୍ବାଲ ୨୦୨୪ରେ ଟେଷ୍ଟ କ୍ରିକେଟରେ ୧୦୦୦ ରନ୍‌ ପୂରଣ କରିଥିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ବାମହାତୀ ଏହି ବ୍ୟାଟ୍ସମ୍ୟାନ୍‌ ନ୍ୟୁଜିଲାଣ୍ଡ...

ସାଣ୍ଟନର୍‌ଙ୍କ ଆଗରେ ମୁଣ୍ଡ ନୁଆଁଇଲା ଟିମ୍‌ ଇଣ୍ଡିଆ: ନ୍ୟୁଜିଲାଣ୍ଡର ଦବ୍‌ଦବା ଜାରି

ପୁଣେ,୨୫।୧୦: ଭାରତ-ନ୍ୟୁଜିଲାଣ୍ଡ ପୁଣେ ଟେଷ୍ଟରେ ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ନ୍ୟୁଜିଲାଣ୍ଡ ୫ ଉଇକେଟ ହରାଇ ୧୯୮ ରନ ସଂଗ୍ରହ କରିଥିଲା। ଦ୍ୱିତୀୟ...

ମୁଁ ଖୁବ୍‌ଶୀଘ୍ର କରିବି ବଡ଼ ଘୋଷଣା:ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୋଷ୍ଟକୁ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବ୍ରେକ୍‌ରେ ଅଛନ୍ତି। କିନ୍ତୁ ଶୁକ୍ରବାର ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି, ଯାହାକୁ ନେଇ...

କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌

ପୁଣେ,୨୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷରେ ପୁଣେ ଟେଷ୍ଟର ପ୍ରଥମ ଇନିଂସରେ ବିରାଟ କୋହଲି କିଛି ବିଶେଷ କରିପାରି ନ ଥିଲେ। ସେ ମାତ୍ର ଏକ ରନ ସ୍କୋର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri