ଅହମ୍ମଦାବାଦ,୧୨।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍ରେ ବିଫଳ ହୋଇଛି ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନ। ପ୍ରାରମ୍ଭିକ ବିପର୍ଯ୍ୟର ସମ୍ମୁଖୀନ ହୋଇଥିବା ଭାରତୀୟ ଦଳ ଧାର୍ଯ୍ୟ ୨୦ ଓଭରରେ ୭ ଉଇକେଟ ହରାଇ ୧୨୪ ରନ୍ କରିପାରିଛି। ଫଳରେ ଭ୍ରମଣକାରୀ ଇଂଲଣ୍ଡ ଆଗରେ ଛିଡ଼ା ହୋଇଛି ୧୨୫ ରନ୍ର ଏକ ଛୋଟିଆ ଟାର୍ଗେଟ। ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶ୍ରେୟାସ ଆୟାରଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଖେଳାଳି ବିଫଳ ହୋଇଥିଲେ। ୪୮ ବଲରେ ୮ ଚୌକା ଓ ୧ ଛକା ସହାୟତାରେ ୬୭ ରନ୍ର ଇନିଂସ ଖେଳିଥିଲେ ଆୟାର। ଅନ୍ୟମାନଙ୍କ ମଧ୍ୟରେ ଋଷଭ ପନ୍ତ ୨୧ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୯ ରନ୍ର ଯୋଗଦାନ ଦେଇଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ ଜୋଫ୍ରା ଆର୍ଚ୍ଚର। ସେ ସର୍ବାଧିକ ୩ ଉଇକେଟ ନେଇଥିଲେ।