Categories: ଖେଳ

IND vs ENG: ଇଂଲଣ୍ଡକୁ ଝଟକା, ଦ୍ୱିତୀୟ ଟେଷ୍ଟରେ ଖେଳିବେନି ଏହି ଷ୍ଟାର ସ୍ପିନର

ନୂଆଦିଲ୍ଲୀ,୧।୨: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ କ୍ରିକେଟ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଦଳର ଷ୍ଟାର ସ୍ପିନର ଜ୍ୟାକ ଲିଚ ଆହତ ହୋଇଛନ୍ତି। ସେ ୨ ଫେବୃଆରୀରୁ ବିଶାଖାପାଟନମରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ଖେଳିବେ ନାହିଁ। ଟାଇମ୍ସ ଡଟ କମ ରିପୋର୍ଟ ଅନୁଯାୟୀ, ଜ୍ୟାକ ଲିଚ ଆଣ୍ଠୁରେ ଆଘାତ ପାଇଛନ୍ତି, ଯେଉଁଥିପାଇଁ ସେ ଦ୍ୱିତୀୟ ଟେଷ୍ଟରୁ ବାଦ୍‌ ପଡିବେ।

ଏହାପୂର୍ବରୁ ଇଂଲଣ୍ଡ ପ୍ରଶିକ୍ଷକ ବ୍ରେଣ୍ଡନ ମ୍ୟାକୁଲମ ବିଶାଖାପାଟନମରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ଚାରିଜଣ ସ୍ପିନର ଖେଳିବା ବିଷୟରେ କହିଥିଲେ। ତେବେ ବର୍ତ୍ତମାନ ତାଙ୍କ ଯୋଜନା ବିଫଳ ହୋଇଥିବା ଜଣାପଡିଛି, କାରଣ ଦଳରେ ଉପସ୍ଥିତ ଥିବା ସିନିୟର ସ୍ପିନର ଜ୍ୟାକ ଲିଚ ଆହତ କାରଣରୁ ଦ୍ୱିତୀୟ ଟେଷ୍ଟ ଖେଳି ପାରିବେ ନାହିଁ।

ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦ ଟେଷ୍ଟରେ ଫିଲ୍ଡିଂ କରୁଥିବା ବେଳେ ଏହି ବାମହାତୀ ସ୍ପିନର ଆହତ ହୋଇଥିଲେ। ତାଙ୍କ ଆଣ୍ଠୁରେ ଦୁଇଥର ଆଘାତ ଲାଗିଛି। ଏହା ପରେ ଚତୁର୍ଥ ଇନିଂସରେ ବୋଲିଂ ହେତୁ ଲିଚ୍‌ଙ୍କ ଆଘାତ ଆହୁରି ବଢିଯାଇଥିଲା। ଏଭଳି ପରିସ୍ଥିତିରେ ସେ ବିଶାଖାପାଟନମ ଟେଷ୍ଟ ପୂର୍ବରୁ ଅଭ୍ୟାସ ସେସନରେ ବୋଲିଂ କରିନଥିଲେ।

Share