Categories: ଖେଳ

ବିଶ୍ୱକପ୍‌ ଲାଗି ଚାମ୍ପିୟନ ଇଂଲଣ୍ଡର ଦଳ ଘୋଷଣା

ନୂଆଦିଲ୍ଲୀ,୧୮।୯: ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଥିବା ୨୦୨୩ କ୍ରିକେଟ ବିଶ୍ୱକପ୍‌ ଲାଗି ୧୫ ଜଣିଆ ଦଳ ଘୋଷଣା କରିଛି ଇଂଲଣ୍ଡ। ଜୋସ ବଟଲରଙ୍କ ନେତୃତ୍ୱରେ ଦଳ ଟୁର୍ନାମେଣ୍ଟ ଖେଳିବାକୁ ଓହ୍ଲାଇବ। ତାଙ୍କ ବ୍ୟତିତ ଦଳରେ ବିସ୍ଫୋରକ ବ୍ୟାଟ୍‌ର ହ୍ୟାରି ବ୍ରୁକ୍‌ଙ୍କୁ ସୁଯୋଗ ମିଳିଛି। ସେ ଦଳରେ ଜେସନ ରୟଙ୍କ ସ୍ଥାନ ନେଇଛନ୍ତି।

ବିଶ୍ୱକପ ପାଇଁ ଇଂଲଣ୍ଡ ଦଳ: ଜୋସ ବଟଲର (ଅଧିନାୟକ), ମୋଇନ ଅଲି, ଗୁସ ଆଟକିନ୍ସନ, ଜନି ବେୟାରଷ୍ଟୋ, ହ୍ୟାରି ବ୍ରୁକ, ସାମ କୁରାନ୍‌, ଲିଆମ ଲିଭିଙ୍ଗଷ୍ଟୋନ, ଡେଭିଡ ମାଲାନ, ଆଦିଲ ରସିଦ, ଜୋ ରୁଟ, ବେନ ଷ୍ଟୋକ୍ସ, ରିସ ଟୋପଲି, ଡେଭିଡ ୱିଲି, ମାର୍କ ଉଡ୍‌, କ୍ରିସ ୱୁକସ

Share