Categories: ଖେଳ

ଆଣ୍ଡରସନ୍‌ଙ୍କ ବିଦାୟ, କ୍ରିକେଟ୍‌ ବୋର୍ଡ ଲେଖିଲା ଇମୋସନାଲ୍‌ କ୍ୟାପ୍ସନ୍‌

ନୂଆଦିଲ୍ଲୀ, ୧୨।୦୭: ଇଂଲଣ୍ଡର ମହାନ୍‌ କ୍ରିକେଟ୍‌ ଖେଳାଳି ତଥା ପେସ୍‌ ବୋଲର ଜେମ୍ସ ଆଣ୍ଡରସନ୍‌ ଶୁକ୍ରବାର ନିଜ କ୍ୟାରିୟର୍‌ର ଶେଷ ମ୍ୟାଚ୍‌ ଖେଳିଛନ୍ତି । କ୍ୟାରିୟର୍‌ର ୧୮୮ ତମ ଟେଷ୍ଟ ଟୁର୍ଣ୍ଣାମେଣ୍ଟ ଖେଳି ସେ ୪ ୱିକେଟ୍‌ ନେବାକୁ ସକ୍ଷମ ହୋଇଥିଲେ । ପ୍ରଥମ ପାଳିରେ ଗୋଟିଏ ୱିକେଟ୍‌ ନେଇଥିବା ବେଳେ ସେ ଦ଼୍ବିତୀୟ ପାଳିରେ ୩ଟି ୱିକେଟ୍‌ ହାସଲ କରିଥିଲେ । ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ଦଳ ୧୧୪ରନ୍‌ ବ୍ୟବଧାନରେ ହରାଇଛି । ଏହି ମ୍ୟାଚ୍‌ ପରେ ଇଂଲଣ୍ଡ ଖେଳାଳିମାନେ ଜେମ୍ସ ଆଣ୍ଡରସନଙ୍କୁ ଗାର୍ଡ ଅଫ୍‌ ଅନର ଦେଇଥିଲେ ।

ଇଂଲଣ୍ଡର ଏହି ୪୧ ବର୍ଷୀୟ ବୋଲରଙ୍କ ବିଦାୟୀ ସମୟରେ ପ୍ରଶଂସକମାନେ ତାଳିମାରି ବିଦୟ ଜଣାଇଥିଲେ । ଏହାପରେ ଆଣ୍ଡରସନ୍‌ ପଡ଼ିଆରେ ଉପସ୍ଥିତ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ । ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି । ଏଥିସହିତ ଏହାର କ୍ୟାପ୍ସନରେ ବୋର୍ଡ ଲେଖିଛି ଯେ ଜଣେ ମହାନ ବ୍ୟକ୍ତିଙ୍କ ପାଇଁ ସମ୍ମାନ । ବିଦାୟ ଜେମ୍ସ ଆଣ୍ଡରସନ୍‌ । ତୁମକୁ ଧନ୍ୟବାଦ ।

Share