Advertisement
Categories: ଖେଳ

IND vs ENG: ଇଂଲଣ୍ଡକୁ ବଡ ଝଟକା, ମ୍ୟାଚ ବେଳେ ଏହି ଖେଳାଳି ହେଲେ ଆହତ

ହାଇଦ୍ରବାଦ, ୨୭।୧: ଇଂଲଣ୍ଡ ସ୍ପିନ ବୋଲିଂ କୋଚ୍‌ ଜିତନ ପଟେଲ ପ୍ରକାଶ କରିଛନ୍ତି ଯେ ବାମହାତୀ ସ୍ପିନର ଜ୍ୟାକ ଲିଚ୍‌ଙ୍କ ଆଣ୍ଠୁରେ ଗଭୀର ଆଘାତ ପାଇଛନ୍ତି। ଇଂଲଣ୍ଡ ଦଳର ସବୁଠାରୁ ଅଭିଜ୍ଞ ସ୍ପିନର ଲିଚ୍‌ ପ୍ରଥମ ଦିନରେ ବାଉଣ୍ଡ୍ରି ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ଆଣ୍ଠୁରେ ଆଘାତ ଲାଗିଥିଲା। ପରଦିନ ସକାଳେ ତାଙ୍କ ଆଘାତ ଆହୁରି ବଢି ଯାଇଥିଲା। ଦ୍ୱିତୀୟ ଦିନରେ ଲିଚ୍‌ ୮୭ରୁ ମାତ୍ର ୧୬ ଓଭର ବୋଲିଂ କରିଥିଲେ। ଯାହା ପରେ ତାଙ୍କୁ ମଇଦାନ ଛାଡିବାକୁ ପଡିଥିଲା। ଏବେ ବାକି ମ୍ୟାଚରେ ସେ ମଇଦାନକୁ ଫେରିବେ କି ନାହିଁ ତାହା ଉପରେ ସନ୍ଦେହ ରହିଛି।

ଜିତନ କହିଛନ୍ତି , ଗୁରୁବାର ମ୍ୟାଚର ପ୍ରଥମ ଦିନରେ ଲିଚ୍‌ଙ୍କର ଆଣ୍ଠୁରେ ଆଘାତ ଲାଗିଥିଲା। ତା’ପରେ ଶୁକ୍ରବାର ସମାନ ଗୋଡରେ ପୁଣି ଆଘାତ ଲାଗିଛି ଏବଂ ବର୍ତ୍ତମାନ ଏହି ଆଘାତ ତାଙ୍କୁ ଅସୁବିଧାରେ ପକାଇଛି। ଆଉଟଫିଲ୍ଡରେ ଫିଲ୍ଡିଂ କରୁଥିବାବେଳେ ସେ ଟିକେ ଅଳସୁଆ ଦେଖାଯାଉଥିଲେ। ତେବେ ଯନ୍ତ୍ରଣା ଅନୁଭବ କରିବା ସତ୍ତ୍ୱେ ସେ ଭଲ ବୋଲିଂ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel